fbpx

ଓଡ଼ିଶା ଇତିହାସରେ ପ୍ରଥମଥର ବଡ଼ ଧରଣର ମାଓ ଅପରେସନ

ଭୁବନେଶ୍ୱର, ୭ା୨(ଓଡ଼ିଶା ଭାସ୍କର): ଓଡ଼ିଶା ଇତିହାସରେ ବଡ଼ ଧରଣର ମାଓ ଅପରେସନ ହୋଇଛି । ମାଲକାନଗିରିରେ ମାଓ ଅପରେସନ ହେବା ସାଙ୍ଗକୁ ସେଠାରୁ ବିପୁଳ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଛି । ଏନେଇ ପୋଲିସ ମହାନିର୍ଦ୍ଦେଶକ ଅଭୟ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ସ୍ୱାଭିମାନ ଅଞ୍ଚଳରେ ୩ଦିନ ଧରି ଅପରେସନ ଚାଲିଥିଲା । ଓଡ଼ିଶା, ଆନ୍ଧ୍ର ପୋଲିସ ଏବଂ କୋବ୍ରା ଓ ସିଆରପିଏଫ ଯବାନ ଏହି ଅପରେସନରେ ସାମିଲ ଥିଲେ । ବିପୁଳ ମେସିନ ଗନ୍, ରାଇଫଲ, ଏସଏଲଆର, ବନ୍ଧୁକ ମଧ୍ୟ ଜବତ ହୋଇଛି । ବହୁ ଗୁଳିଗୋଳା ମଧ୍ୟ ଜବତ ହୋଇଥିବା ଡିଜିପି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.