fbpx

ଥାନାରେ ଚାଲିଥିଲା ସରାବ ପାର୍ଟି, ଭିଡିଓ ଭାଇରାଲ୍ ପରେ ଗିରଫ ହେଲେ ଏଏସଆଇ

ପାଟନା: ବିହାରର ଏକ ଥାନାରେ ସରାବ ପାର୍ଟି ଚାଲିଥିବାର ଭିଡିଓ ଭାଇରାଇ ହେଲା ପରେ ଗିରଫ ହୋଇଛନ୍ତି ଏଏସଆଇ । ଗୋଟିଏ ପଟେ ରାଜ୍ୟ ସରକାର ମଦ ଉପରେ ଅନେକ ଆଇନ ପ୍ରଣୟନ କରୁଛନ୍ତି । ଅନ୍ୟପଟେ ଆଇନର ରକ୍ଷାକର୍ତ୍ତା ହୋଇ ବି ଜଣେ କର୍ତ୍ତବ୍ୟରତ ପୋଲିସ ଅଫିସର ଏହି ନିୟମକୁ ଭାଙ୍ଗୁଥିବାର ଦେଖାଯାଇଛି ।

ଏହି ଭିଡିଓ ଭାଇରାଲ ହେବା ପରେ ସଦର ଏଏସପି ଥାନାରେ ପହଞ୍ଚି ଏକ ମାମଲା ଦାୟର କରିଥିଲେ । ଏହାପରେ ସେ ଅଭିଯୁକ୍ତ ଏଏସଆଇ ଓ ଅନ୍ୟ ଜଣେ ପୋଲିସଙ୍କୁ ଗିରଫ କରିଥିଲେ । ଥାନା ଭିତରେ ମଦ୍ୟପାନ କରାଯାଉଥିବା ନେଇ ପୂର୍ବରୁ ବହୁବାର ଅଭିଯୋଗ ହୋଇଆସୁଥିଲା । ପୂର୍ବରୁ ଏହିପରି ଏକ ଘଟଣାରେ କିଛି ପୋଲିସ ଅଫିସର କାର୍ଯ୍ୟରୁ ମଧ୍ୟ ନିଲମ୍ବିତ ହୋଇଥିଲେ ।

Get real time updates directly on you device, subscribe now.