fbpx

ମାତ୍ର କେଇ ମିନିଟରେ ପ୍ରସ୍ତୁୁତ ହେବ ‘କାଜଲ’, ଜାଣନ୍ତୁ କେମିତି ବନାଇବେ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସୁନ୍ଦର ଦିଶିବାକୁ କିଏ ବା ନ ଚାହେଁ । ଆମ ଦୈନନ୍ଦିନ ଜୀବନରେ ସୌନ୍ଦର୍ଯ୍ୟକୁ ନେଇ ସମସ୍ତେ ସଚେତନ । ସମସ୍ତେ ବିଉଟି ଟିପ୍ସ ଉପରେ ଜାଣିବାକୁ ଆଗ୍ରହୀ । ଆଉ ଏହାକୁ ଖୁବ୍ ସହଯୋଗ ଯୋଗାଉଛିି ସୋସିଆଲ ସାଇଟ୍ । ସୌନ୍ଦର୍ଯ୍ୟ ସମ୍ପର୍କିତ କୌଣସି ବି ଖବର ହେଉନା କାହିଁକି, ୟୁଟ୍ୟୁବ କି ଅନ୍ୟ କୌଣସି ବି ସୋସିଆଲ ସାଇଟରେ ସେୟାର କଲେ ତାହା ରାତାରାତି ଭାଇରାଲ ହୋଇଯାଉଛି । ଆଉ ଯଦି ଏହା ଘରୋଇ ଉପକରଣ ମାଧ୍ୟମରେ ପ୍ରସ୍ତୁତ ହୋଇଥାଏ, ଏହାକୁ ଲକ୍ଷ ଲକ୍ଷ ଲୋକେ ଦେଖିବା ସହ ଅନେକଙ୍କୁ ଏହା ରୋଜଗାରର ଖୋରାକ ଯୋଗାଉଛି । ଏଭଳି ଏକ ଖବର ସମ୍ପ୍ରତି ଚର୍ଚ୍ଚାରେ ରହିଛି । ଜଣେ ଝିଅ ଅତି ଚମକ୍ରାର ଶୈଳୀରେ ନିଜ ଘରେ କାଜଲ ପ୍ରସ୍ତୁତି କରିପାରୁଛନ୍ତି, ତାହା ପୁଣି କିଛି ମିନିଟ ମଧ୍ୟରେ । ଯାହାକି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି।

ଦେଖନ୍ତୁ ଭିଡିଓ?

ଏଭଳି ଭିଡିଓଟିକୁ ବର୍ତ୍ତମାନ ସୁଦ୍ଧା ୨ କୋଟି ୩୦ ଲକ୍ଷରୁ ଅଧିକ ଥର ଦେଖା ସରିଲାଣି । ଦେଖନ୍ତୁ ଭିଡିଓଟିକୁ, ଝିଅଟି ପ୍ରଥମେ ୩ଟି ଦୀପ ନେଇ ସେଥିରେ ବଳିତା ଏବଂ ସୋରିଷ ତେଲ ରଖି ଦୀପଗୁଡ଼ିକୁ ଜାଳିଲେ । ଏହା ପରେ ଦୀପର ଦୁଇ ପାଶ୍ୱର୍ରେ ଦୁଇଟି ପାତ୍ର ରଖି ସେଥିରେ ଏକ ପ୍ଲେଟ ଢାଙ୍କି ଦେଲେ । କିଛି ସମୟ ରଖିଲା ପରେ ପ୍ଲେଟ କଳା ପଡ଼ିଗଲା ଓ ସେଥିରେ ଥିବା କଳାସ୍ତରକୁ ଏକ ଛୋଟ ପାତ୍ରକୁ କାଢ଼ି ସେଥିରେ ଘିଅ ମିଶାଇଦେଲେ । ବାସ୍, ପ୍ରସ୍ତୁତ ହୋଇଗଲା କାଜଲ । ତେବେ ୨୨ ଏପ୍ରିଲରେ ଭିଡିଓଟି ଇନଷ୍ଟାଗ୍ରାମରେ ‘ଆର୍ଟକାଲାଫରୟୁ’ଆଇଡିରୁ ସେୟାର କରାଯାଇଛି । ଅନେକ ଲୋକଙ୍କୁ ଏଭଳି ଉପାୟ ପସନ୍ଦ ଆସିଥିବାବେଳେ କେହି କେହି ଏହା ସମସ୍ତଙ୍କ ଆଖି ପାଇଁ ପ୍ରଯୁଜ୍ୟ ନୁହେଁ ବୋଲି କମେଣ୍ଟ ଦେଇଥିଲେ ।

 

View this post on Instagram

 

A post shared by Artkala (@artkala4u)

Get real time updates directly on you device, subscribe now.