fbpx

ଅମାନିଆ ଦେଲେଣି ସାଢ଼େ ୧୪ କୋଟି, ଗିରଫ ହେଲେଣି ୧୩୩୨ ଜଣ

ଭୁବନେଶ୍ୱର: ଆଜି ଆଇନଶୃଙ୍ଖଳା ଡିଜି ଯଶୋବନ୍ତ ଜେଠୱା କରୋନା କାଳର କାର୍ଯ୍ୟନୁଷ୍ଠାନ୍ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ , କୋଭିଡ୍ ସମୟରେ ଗତ ୨ ମାସ ଭିତରେ ଅମାନିଆ ବାନ୍ଧିଲେଣି ସାଢ଼େ ୧୪ କୋଟି ଟଙ୍କା । ଏପ୍ରିଲ ୧ରୁ ଏଯାବତ୍ ୪ ଲକ୍ଷ ୭୬ ହଜାର ଅମାନିଆଙ୍କୁ ଧରାଯାଇଛି । ଆଉ ସେମାନଙ୍କ ଠାରୁ ୧୪ କୋଟି ୫୮ ଲକ୍ଷ ଟଙ୍କା ଜୋରିମାନା ଆଦାୟ କରାଯାଇଛି । ବାରମ୍ବାର କୋଭିଡ୍ କଟକଣା ସମ୍ପର୍କରେ ଲୋକାମାନଙ୍କୁ ସଚେତନ କରାଯାଉଥିଲେ ସୁଦ୍ଧା କିଛି ଅମାନିଆଙ୍କ ପାଇଁ ସଂକ୍ରମଣ ବୃଦ୍ଧି ପାଉଛି ।

ଏହି କ୍ରମରେ ଏଯାବତ୍ ୧୩୩୨ ଜଣ ଗିରଫ ହୋଇଛନ୍ତି ଏବଂ ୨୯ ହାଜର ଗାଡି ସିଜ୍ କରାଯାଇଛି । ତେବେ ଏହି ସମୟରେ ସାଇବର୍ ଠକେଇ ମଧ୍ୟ ବଢ଼ି ବଢ଼ି ଚାଲିଛି । ଏଥିସହ ୩୫ ଦୋକାନ ସିଲ୍ କରାଯାଇଥିବା ବେଳେ ୨୭୮ ମାମଲା କରାଯାଇଛି । ତେଣୁ ସାଇବର୍ ଠକେଇରେ ପଡିଲେ ତୁରନ୍ତ ୧୫୫୨୬୦କୁ କଲ୍ କରି ଜଣାନ୍ତୁ ବୋଲି ଏଡିଜି କହିଛନ୍ତି ।

Get real time updates directly on you device, subscribe now.