fbpx

ବିରଳ ରେକର୍ଡ: ୬୮ଟି ଡିଗ୍ରି ହାସଲ ପରେ ବି ଖସିନି ପଢିବା ନିଶା; ଜାଣନ୍ତୁ…

ଜୟପୁର: କୁହାଯାଏ ପାଠ ପଢିବାର କୌଣସି ବୟସ ନଥାଏ । ପାଠପଢିବା ପାଇଁ ନଥାଏ କୌଣସି ବୟସ ସୀମା । କୌଣସି ବୟସର ବ୍ୟକ୍ତି ବି ପଢିପାରିବେ ପାଠ । ତେବେ ଆଜି ଆମେ ଆପଣଙ୍କୁ ଜଣେ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ଯିଏକି ଏପର୍ଯ୍ୟନ୍ତି ନିଜର ଅଧ୍ୟୟନ ଏବଂ ଦୃଢ ଇଚ୍ଛାଶକ୍ତି ବଳରେ ୬୮ଟି ଡିଗ୍ରୀ ଏବଂ ଡିପ୍ଲୋମା ହାସଲ କରିଛନ୍ତି ଏବଂ ପ୍ରମାଣ କରି ଦେଖାଇଛନ୍ତିି ପାଠ ପଢିବା ବା ଜ୍ଞାନ ଆହରଣ କରିବା ପାଇଁ କୌଣସି ବୟସ ସୀମା ନାହିଁ ।

ରାଜସ୍ଥାନର ଝୁନଝୁନ ଜିଲ୍ଲାର ଖିରୋଦ ଗ୍ରାମର ଡ.ଦଶରଥ ସିଂ ଶେଖାୱତ ୬୮ଟି ଡିଗ୍ରୀ ଏବଂ ଡିପ୍ଲୋମା ହାସଲ କରି ପ୍ରମାଣ କରିଦେଖାଇଛନ୍ତି ଯେ ଶିକ୍ଷା ଓ ଜ୍ଞାନ ଆହରଣ କରିବାର କୌଣସି ବୟସ ସୀମା ନାହିଁ । ବଡ କଥା ହେଛଛି ସେ ଦେଶ ସେବା କରିବା ସହ ତାଙ୍କ ଜୀବନରେ ଅଧ୍ୟୟନ କରିବା ସମୟରେ ଏହି ସବୁ ଡିଗ୍ରୀ ହାସଲ କରିଛନ୍ତି । ଆଉ ଏବେ ସେ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ଡ.ଦଶରଥ ସିଂ ଶେଖାୱତ କହିଛନ୍ତି ଏହିପରି ଡିଗ୍ରୀ ହାସଲ କରିବାର ଉଦ୍ଦେଶ୍ୟ ହେଉଛି ସର୍ବାଧିକ ଜ୍ଞାନ ଆହରଣ କରିବା । ଆରମ୍ଭରୁ ହିଁ ତାଙ୍କର ଶିକ୍ଷା ପ୍ରତି ଆଗ୍ରହ ଥିଲା । ଏପର୍ଯ୍ୟନ୍ତ ସେ ୬୮ଟି ଡିଗ୍ରୀ ଏବଂ ଡିପ୍ଲୋମା ହାସଲ କରିଛନ୍ତି । ସେନାରୁ ଅବସର ନେବା ପରେ ମଧ୍ୟ ସେ ନିଜର ପରିଶ୍ରମ ଏବଂ ଅଧ୍ୟୟନ ଅଧାରରେ ଡିଗ୍ରୀ ହାସଲ କରିବାର ପ୍ରକ୍ରିୟା ଜାରି ରଖିଛନ୍ତି ।

ଡ.ଦଶରଥ ସିଂ ଶେଖାୱତ ତିନିଟି ବିଷୟରେ ପିଏଚଡି, ଅର୍ଥଶାସ୍ତ୍ର, ରାଜନୀତି ବିଜ୍ଞାନ, ଶିକ୍ଷା, ଇଂରାଜୀ ସାହିତ୍ୟ, ହିନ୍ଦୀ ସାହିତ୍ୟ, ସାମ୍ବାଦିକତା, ଲାଇବ୍ରେରୀ ସାଇନ୍ସ, ସାଇକୋଲୋଜି, ପବ୍ଳିକ ଆଡମିନିଷ୍ଟ୍ରେସନ୍ ,ସାଇବର କ୍ରାଇମ ଭଳି ୬୮ଟି ବିଷୟରେ ଡିଗ୍ରୀ ଓ ଡିପ୍ଲୋମା ହାସଲ କରିଛନ୍ତି ।

ଡ.ଦଶରଥ ସିଂ ଶେଖାୱତ ଡିଗ୍ରୀ-ଡିପ୍ଲୋମା ହାସଲ କରି ଯୋଗୁଁ ମୋଷ୍ଟ କ୍ୱାଲିଫାଏଡ୍ ସୋଲ୍ଜର ଅଫ ଇଣ୍ଡିଆ, ୟୁନିଭର୍ସିଟି ଡିଗ୍ରୀ ଅଫ ଦି ୱାର୍ଲ୍ଡ, ମୋଷ୍ଟ ଏଜୁକେସନାଲ କ୍ୱାଲିଫାଏଡ ପର୍ସନ ଭଳି ରେକର୍ଡ ନିଜ ନାମରେ କରିଛନ୍ତି । ଅଧିକ ଡିଗ୍ରୀ ହାସଲ କରିଥିବାରୁ ତାଙ୍କର ନାମ ଆନ୍ତର୍ଜାତୀୟ ପୁସ୍ତକରେମ ମଧ୍ୟ ସ୍ଥାନିତ ହୋଇଛି ।

୧୯୮୮ରେ ସ୍ନାତକ ହାସଲ ପରେ ଡ.ଦଶରଥ ସିଂ ଶେଖାୱତ ଜଣେ କନେଷ୍ଟବଳ ଭାବରେ ସେନାରେ ଯୋଗ ଦେଇଥିଲେ । ୧୬ ବର୍ଷ ପର୍ଯ୍ୟନ୍ତ ସେ ଦେଶ ସେବା କରିବା ସହ ତାଙ୍କର ଅଧ୍ୟୟନ ମଧ୍ୟ ଜାରି ରଖିଥିଲେ । ତାଙ୍କ ପିତା ରଘୁବୀର ସିଂ ଶେଖାୱତ ମଧ୍ୟ ୧୯୬୫ ଏବଂ ୧୯୭୧ ମସିହାରେ ଭାରତୀୟ ସେନାରେ ନିଜ ଦେଶ ପାଇଁ ଯୁଦ୍ଧ କରିଥିଲେ । ବର୍ତ୍ତମାନ ଡ.ଦଶରଥ ସିଂ ଶେଖାୱତ ଭାରତୀୟ ସେନାର ଆଇନ ପରାମର୍ଶଦାତା ଭାବରେ କାର୍ଯ୍ୟ କରୁଛନ୍ତି ।

Get real time updates directly on you device, subscribe now.