fbpx

‘ମୁଁ ଅନାଥ ହୋଇଗଲି’ ବୋଲି କହିଲେ ଚିରାଗ, କହିଲେ ଦଳ ଭାଙ୍ଗିବାକୁ ଉଦ୍ୟମ କରାଯାଉଛି

ନୂଆଦିଲ୍ଲୀ: ଲୋକ ଜନଶକ୍ତି ପାର୍ଟି(ଏଲଜେପି)ରେ ହୋଇଥିବା ମତାନ୍ତର ମଧ୍ୟରେ ଚିରାଗ ପାସୱାନ ଏକ ସାମ୍ବାଦିକ ସମ୍ମିଳନୀ କରି ପ୍ରତିପକ୍ଷଙ୍କ ଉପରେ ଭାବପ୍ରବଣ ହୋଇ ରାଗ ଝାଡ଼ିଛନ୍ତି । ଚିରାଗ କହିଛନ୍ତି ଯେ ମୋ ବାପା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ମଧ୍ୟ କେତେକ ଲୋକ ଆମ ଦଳକୁ ସେ ସମୟରେ ଭାଙ୍ଗିବାକୁ ଚାହୁଥିଲେ । ସେମାନଙ୍କ ମଧ୍ୟରେ ମୋର ଦାଦା ପଶୁପତି ନାଥ ମଧ୍ୟ ସାମିଲ ଅଛନ୍ତ । ଏଥିସହ ତାଙ୍କୁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ ସଂସଦୀୟ ଦଳର ନେତା ପଦରୁ ହଟାଯିବାକୁ ନେଇ ସେ କ୍ଷୋଭ ପ୍ରକାଶ କରିଥିଲେ । ତେବେ ମୋଟ ଉପରେ ସେ ଇମୋସନାଲ୍ ହୋଇ କହିଥିଲେ ମୋତେ ଅନାଥ ହୋଇଗଲା ଭଳି ଅନୁଭବ ହେଉଛି ।

ଚିରାଗ କହିଛନ୍ତି ଯେ, ଗୃହର ନେତା ନିର୍ବାଚନ ହେଉଛି ସଂସଦୀୟ କମିଟିର ନିଷ୍ପତ୍ତି । ଉପସ୍ଥିତ ସାଂସଦ ଏହା ଉପରେ କୌଣସି ନିଷ୍ପତ୍ତି ନେଇପାରିବେ ନାହିଁ । ଦଳର ଜାତୀୟ ସଭାପତି ପଦରୁ ମୋତେ ହଟାଇ ଦିଆଯାଇଥିବା ଖବର ରହିଛି କିନ୍ତୁ ଦଳର ସମ୍ବିଧାନ ଅନୁଯାୟୀ ଯଦି ସଭାପତିଙ୍କର ମୃତ୍ୟୁ ହୋଇଛି କିମ୍ବା ସେ ନିଜେ ଇସ୍ତଫା ଦେଇଛନ୍ତି, ତା’ହେଲେ ରାଷ୍ଟୀୟ ଅଧ୍ୟକ୍ଷକଙ୍କୁ ହଟାଯାଇପାରିବ । ସେ କହିଛନ୍ତି ଏହା ସବୁ ଷଡ଼ଯନ୍ତ୍ର । ମୁଁ ଅସୁସ୍ଥ ଥିବା ସମୟରେ ମଧ୍ୟ ଏହି ଷଡ଼ଯନ୍ତ୍ର ହୋଇଥିଲା । ମୁଁ ମୋ ଦାଦାଙ୍କ ସହ ଯୋଗାଯୋଗ କରିବାକୁ ଚାହିଥିଲି କିନ୍ତୁ କରିପାରିଲି ନାହିଁ ।

ସେ ଆହୁରି କହିଛନ୍ତି ଯେ ମୋର ବାପା ଏବଂ ଅନ୍ୟ ଜଣେ ଚାଚାଙ୍କ ମୃତ୍ୟୁ ପରେ ମଧ୍ୟ ମୁଁ ନିଜକୁ ଅସହାୟ ଭାବିନଥିଲି । କାରଣ ମୁଁ ଭାବୁଥିଲି ମୋର ଦାଦା ଅଛନ୍ତି । କିନ୍ତୁ ଆଜି ଯାହା ହେଲା ସେଥିରେ ମୁଁ ଅନାଥ ଭଳି ଅନୁଭବ କରୁଛି । ଏଥିସହ ବିହାର ନିର୍ବାଚନ ସମୟରେ ଏବଂ ପରେ ମଧ୍ୟ କିଛି ଲୋକ ତାଙ୍କ ଦଳକୁ ଭାଙ୍ଗିବାକୁ ଚେଷ୍ଟା କରିଛନ୍ତି ବୋଲି କହିବା ସହ ସେ ଜେଡିୟୁ ବିରୋଧରେ ଅଭିଯୋଗ ଉଠାଇଛନ୍ତି ।

Get real time updates directly on you device, subscribe now.