fbpx

ସାମ୍ନାକୁ ଆସିଲା ଦେଶର ପ୍ରଥମ ଗ୍ରୀନ୍ ଫଙ୍ଗସ୍ ମାମଲା, ୯୦ ଦିନର ଚିକିତ୍ସା ପରେ ଦେଖାଗଲା ଲକ୍ଷଣ

ଇନ୍ଦୋର : ବ୍ଲାକ୍ ଫଙ୍ଗସ୍ ପରେ ଦେଶରେ ପ୍ରଥମଥର ପାଇଁ ସାମ୍ନାକୁ ଆସିଲା ଗ୍ରୀନ୍ ଫଙ୍ଗସ୍ ମାମଲା । ମଧ୍ୟପ୍ରଦେଶର ଇନ୍ଦୋର ସହରର ସରକାରୀ ଓ ଘରୋଇ ମେଡିକାଲରେ ୫୦୦ରୁ ଅଧିକ ବ୍ଲାକ ଫଙ୍ଗସରେ ସଂକ୍ରମିତ ହେଉଥିବା ବେଳେ ପ୍ରଥମ ଥର ପାଇଁ ଗ୍ରୀନ୍ ଫଙ୍ଗସ ମାମଲା ସାମ୍ନାକୁ ଆସିଛି । ଏହା ଦେଶର ପ୍ରଥମ ଗ୍ରୀନ୍ ଫଙ୍ଗସ୍ ମାମଲା ବୋଲି କୁହାଯାଉଛି ।

ତେବେ କରୋନାରୁ ସୁସ୍ଥ ହେବା ପରେ ଜଣେ ୩୪ ବର୍ଷ ବୟସ୍କ ବ୍ୟକ୍ତି ଗ୍ରୀନ୍ ଫଙ୍ଗସର ଶିକାର ହୋଇଛନ୍ତି । ରୋଗୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ମଙ୍ଗଳବାର ତାଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ଇନ୍ଦୋରରୁ ମୁମ୍ବାଇ ପଠାଯାଇଥିଲା । ପ୍ରାୟ ୯୦ ଦିନ ଚିକିତ୍ସା ପରେ ରୋଗୀ ଗ୍ରୀନ ଫଙ୍ଗସରେ ସଂକ୍ରମିତ ହୋଇଥିବା କୁହାଯାଉଛି । ଇନ୍ଦୋର ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ ୩୪ ବର୍ଷୀୟ ରୋଗୀଙ୍କ ଫୁସଫୁସ ପରୀକ୍ଷଣରେ ଗ୍ରୀନ୍ ଫଙ୍ଗସ ମିଳିଛି ।

ପ୍ରଥମେ ରୋଗୀ ଜଣକ କରୋନାରେ ସଂକ୍ରମିତ ହୋଇଥିଲେ । ପ୍ରାୟ ଦୁଇମାସ ଚିକିତ୍ସା ପରେ ରୋଗୀକୁ ଡିସଚାର୍ଜ କରାଯାଇଥିଲା । ୧୦ ଦିନ ପରେ ରୋଗୀର ଅବସ୍ଥା ପୁଣି ଖରାପ ହେବାକୁ ଲାଗିଲା । ଟେଷ୍ଟ ପରେ ରୋଗୀ ଜଣକ ଗ୍ରୀନ୍ ଫଙ୍ଗସରେ ସଂକ୍ରମିତ ହୋଇଥିବା ଜଣାପଡିଥିଲା ।

Get real time updates directly on you device, subscribe now.