fbpx

କାଶ୍ମୀରରେ ଅକ୍ଷୟ: ବିଏସଏଫ୍ ଯବାନଙ୍କୁ ଭେଟି ଝୁମିଲେ ଖିଲାଡି

ନୂଆଦିଲ୍ଲୀ: ଅକ୍ଷୟ କୁମାର ହେଉଛନ୍ତି ବଲିଉଡ୍ ଇଣ୍ଡଷ୍ଟ୍ରୀର ସବୁଠାରୁ ଫିଟ୍ ଅଭିନେତା । ଏଥିସହିତ ଦେଶ ପ୍ରେମ ସହିତ ବିଭିନ୍ନ ଜଡିତ ଫିଲ୍ମ କରି ସେ ବେଶ୍ ପ୍ରଶଂସା ସାଉଁଟିଛନ୍ତି । ତେବେ ଖାଲି ସେତିକି ନୁହେଁ ଭାରତୀୟ ଯବାନ ମାନଙ୍କ ସହିତ ତାଙ୍କ ଖୁବ୍ ଭଲ ବଣ୍ଡିଂ ମଧ୍ୟ ରହିଛି । ନିକଟରେ ଅକ୍ଷୟ କୁମାର କାଶ୍ମୀରର ପହଞ୍ଚିଥିଲେ ଏବଂ ଏଲଓସିର ବିଏସଏଫ୍ ଯବାନ ମାନଙ୍କ ସହିତ କିଛି ମୁହୁର୍ତ୍ତ ବିତାଇଥିଲେ । ଏହି ସମୟରେ ସେ ଯବାନଙ୍କ ସହିତ ନାଚିଥିଲେ ଏବଂ ଖୁବ୍ ମଜା କରିଥିଲେ । ସେ ଉତ୍ତର କାଶ୍ମୀର ବାନ୍ଦୀପୁର ଜିଲ୍ଲାରେ ମୁତୟନ ହୋଇଥିବା ଯବାନ ମାନଙ୍କୁ ଭେଟିଥିଲେ । ଏହି ସମୟର କିଛି ଫଟୋ ସେୟାର୍ କରିଛନ୍ତି ।

 

View this post on Instagram

 

A post shared by Akshay Kumar (@akshaykumar)

ଅକ୍ଷୟ ଯବାନଙ୍କ ସହିତ ବିତେଇଥିବା ସେହି ସୁନ୍ଦର ମୁହୁର୍ତ୍ତର ଫଟୋ ସେୟାର କରି କ୍ୟାପସନ୍ ରେ ଲେଖିଥିଲେ, “ବିଏସଏଫ୍ ଙ୍କ ଭଳି ମଜବୁତ୍ ହୃଦୟ ଯବାନ ମାନଙ୍କ ସହିତ ଏକ ଶାନଦାର ସମୟ ବିତେଇଲି । ଏଠାକୁ ଆସିବା ସବୁବେଳେ ମୋ ପାଇଁ ଏକ ଖୁସିର ଅନୁଭବ ରହିଛି । ଆମକୁ ରିୟଲ୍ ହିରୋ ମାନଙ୍କୁ ଦେଖିବାର ସୁଯୋଗ ମିଳିଥାଏ” । କାଶ୍ମୀର ପହଞ୍ଚି ସେଠାରେ ମାଲ୍ୟାର୍ପଣ ସମାରୋହରେ ଭାଗ ନେଇଥିଲେ । ଏହି ଅବସରରେ ସହିଦ୍ ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ ।

Get real time updates directly on you device, subscribe now.