fbpx

ସାବରମତୀ ନଦୀରେ କରୋନା ଭାଇରସ୍ ଚିହ୍ନଟ ପରେ ମିଳିଲା ଅନେକ ସଂଖ୍ୟାରେ ମୃତ ମାଛ, ଲୋକେ ଭୟଭୀତ

ଅହମଦାବାଦ୍: ସାବରମତୀ ନଦୀର ପାଣିରେ କିଛି ଦିନ ହେବ କରୋନା ଭାଇରସ୍ ଚିହ୍ନଟ ହେବା ପରେ ନଦୀରେ ମୃତ ମାଛଙ୍କ ସଂଖ୍ରା ବଢ଼ିଚାଲିଛି । ଯାହାପରେ ଲୋକ ମଧ୍ୟରେ ଭୟର ବାତାବରଣ ଦେଖିବାକୁ ମିଳିଛି । ହେଲେ ମାଛ ମାନଙ୍କ ମରିବାର କାରଣ ପାଣିରେ ମିଶୁଥିବା କେମିକାଲ୍ କୁ ଧରାଯାଉଥିବା ବେଳେ ଏହା ଉପରେ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ କି କୌଣସି ସରକାରୀ ସୂଚନା ମଧ୍ୟ ଦିଆଯାଇନାହିଁ । କିନ୍ତୁ ଏହାକୁ ନେଇ ଲୋକମାନେ ଆଶଙ୍କା କରୁଛନ୍ତି ଯେ, କୋଭିଡ୍ ଭାଇରସ୍ କାରଣରୁ ମାଛ ମାନେ ମରୁଛନ୍ତି ।

ସାବରନଦୀର ବିିଭିନ୍ନ ଅବବାହିକାରୁ ଏପରି ଶହ ଶହ ମାଛ ମରି ଭାସୁଥିବା ଦେଖିବାକୁ ଦେଖିବାକୁ ମିଳିଛି । ଏହାକୁ ନେଇ ସରକାରୀ ଅଧିକାରୀ ମାନେ ଅନୁଧ୍ୟାନ ଜାରି ରଖିଛନ୍ତି । ନିକଟରେ ସାବରମତୀ ସହିତ ଅହମ୍ମଦାବାଦ, କାଙ୍କରିଆ, ଚାନ୍ଦୋଲା ହ୍ରଦର ଅନ୍ୟ ଜଳ ଉତ୍ସରୁ ନମୁନା ସଂଗ୍ରହ କରାଯାଇଥିଲା । ଯେଉଁଥିରୁ କରୋନାର ଜୀବନ୍ତ ଭୁତାଣୁ ଚିହ୍ନଟ ହୋଇଥିଲା । କେବଳ ଏତିକି ନୁହେଁ , ଯେତେବେଳେ ବୈଜ୍ଞାନିକମାନେ ଆସାମର ଗୌହାଟି ଅଞ୍ଚଳର ନଦୀ ଗୁଡିକ ମଧ୍ୟ ଯାଞ୍ଚ କରିଥିଲେ ।

ଗାନ୍ଧୀନଗରର (ଆଇଆଇଟି) ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ପୃଥିବୀ ବିଜ୍ଞାନର ମନୀଷ କୁମାର କହିଛନ୍ତି ଯେ ଗତ ବର୍ଷ ସ୍ୱେରେଜ୍ ରୁ ନମୁନା ନେଇ ଅନୁସନ୍ଧାନ ସମୟରେ କରୋନା ଭୂତାଣୁଙ୍କ ଉପସ୍ଥିତି ଚିହ୍ନଟ ହୋଇଥିଲା । ଏହି ଅଧ୍ୟୟନ ପରେ, ପ୍ରାକୃତିକ ଜଳ ଉତ୍ସ ବିଷୟରେ ଜାଣିବା ପାଇଁ ପୁନର୍ବାର ଅଧ୍ୟୟନ ଆରମ୍ଭ ହୋଇଥିଲା । ଯେହେତୁ ଅହମ୍ମଦାବାଦରେ ସର୍ବାଧିକ ବର୍ଜ୍ୟ ଜଳ ବିଶୋଧନ ପାଇଁ କାରଖାନା ଅଛି । ଗୌହାଟିରେ ଗୋଟିଏ ମଧ୍ୟ ପ୍ଲାଣ୍ଟ ନାହିଁ । ଏଥିପାଇଁ ଏହି ଦୁଇଟି ସହର ବାଛିବା ପାଇଁ ନମୁନା ସଂଗ୍ରହ ଆରମ୍ଭ ହୋଇଥିଲା । ଏହାକୁ ନେଇ ସ୍ପଷ୍ଟ ଭାବେ ଦର୍ଶାଯାଉଛି ଯେ ପ୍ରାକୃତିକ ଜଳରେ ମଧ୍ୟ ଜୀବାଣୁ ବଞ୍ଚିପାରିବ । ତେଣୁ ଦେଶର ସମସ୍ତ ପ୍ରାକୃତିକ ଜଳର ଉତ୍ସକୁ ଅନୁସନ୍ଧାନ କରାଯିବା ଉଚିତ୍ ।

Get real time updates directly on you device, subscribe now.