fbpx

ପିତା ହିଁ ସ୍ୱର୍ଗ, ପିତା ହିଁ ଧର୍ମ, ପିତା ହିଁ ପଥ ପ୍ରଦର୍ଶକ

ଓଡ଼ିଶା ଭାସ୍କର ବ୍ୟୁରୋ: ସ୍ନେହର ପ୍ରତିମା ଆଦରର ମୂର୍ତ୍ତି ବାପା । ଆତ୍ମବିଶ୍ବାସ ନିଛକ ଛବି ହେଉଛନ୍ତି ବାପା । ସନ୍ତାନ ଯଦି ମା’ଙ୍କ ଠାରୁ ସଂସ୍କାର ଶିଖେ ତେବେ ଦୁନିଆରେ କିଭଳି ନିଜକୁ ସଫଳ କରିବା ପାଇଁ କଠିନ ପରିଶ୍ରମ ଏବଂ ଉପଯୁକ୍ତ ଜ୍ଞାନ ଆହରଣ କରିହେବ ତାହା ପିତାଙ୍କ ଠାରୁ ଅବା କିଏ ଭଲରେ ବୁଝାଇପାରିବ । ଅବଶ୍ୟ ମା’ ୧୦ ମାସ ୧୦ ଦିନ ଗର୍ଭରେ ଧରି କଷ୍ଟ ସହି ସନ୍ତାନକୁ ଦୁନିଆକୁ ଆଣେ । କିନ୍ତୁ ଜନ୍ମ ହେବା ପରେ ସନ୍ତାନର ପାଦ ପାଦରେ ଯାହାଙ୍କ ନଜର ରହିଥାଏ ସେ ହେଉଛନ୍ତି ପିତା । ଯେତେବେଳେ ବି ପିତା ମାତାଙ୍କ ସ୍ନେହ ଆଦର କଥା ଉଠେ ମା’ଙ୍କ ନାମ ପ୍ରଥମେ ନିଆଯାଏ ଆଉ ବାପାଙ୍କ ନାମ ପଛରେ । କିନ୍ତୁ ଏଥିରେ ତିଳେମାତ୍ର କ୍ଷୋଭ କରି ନଥାନ୍ତି ବାପା ।

ମା’ ଯେଉଁଠି ସନ୍ତାନର ଟିକେ କ୍ଷତରେ କାନ୍ଦି ନିଜ ଦୁଃଖ ଜାହିର କରିଦିଅନ୍ତି । ପିତା ନିଜ ମଧ୍ୟରେ ଦୁଃଖ ରଖିଲେ ମଧ୍ୟ ପରିବାରକୁ ସମ୍ଭାଳିବାକୁ ଯାଇ ଏକ ଶକ୍ତ ପାଚେରୀ ହୋଇ ଠିଆ ହୋଇଥାନ୍ତି । ହେଲେ କରୋନା ମହାମାରୀର ପ୍ରକୋପ ଥମି ନଥିବା ବେଳେ ଚଳିତ ବର୍ଷ ବାହାରକୁ ବୁଲିଯିବା ସମ୍ଭବ ନୁହେଁ । ତେଣୁ ଘରେ ରହି ତାଙ୍କୁ ସ୍ପେସାଲ ଅନୁଭବ କରାଇପାରିବେ ।

 

ଜୀବନକାଳ ମଧ୍ୟରେ ସନ୍ତାନର ଛାଇ ହୋଇ ରହିଥିବା ପିତାଙ୍କ ଯୋଗଦାନକୁ ସମ୍ମାନ ଦେବାକୁ ଯାଇ ପ୍ରତିବର୍ଷ ଜୁନ୍ ୨୦ ତାରିଖକୁ “ବିଶ୍ୱ ପିତୃ ଦିବସ” ରୂପେ ପାଳନ କରାଯାଏ । ଚଳିତ ବର୍ଷ ୨୦ ଜୁନ୍ ଅର୍ଥାତ୍ ଆଜିର ଦିନରେ ସମ୍ପୁର୍ଣ୍ଣ ବିଶ୍ୱ, ପିତୃ ଦିବସ ପାଳନ କରୁଛି । ଆଜି ଦୁନିଆର ସବୁ ପିତାଙ୍କ ପାଇଁ ଶ୍ରଦ୍ଧା ଓ ସମ୍ମାନର ଦିନଟିଏ । ଏହି ଅବସରରେ ପିତୃ ଦିବସ ପାଇଁ ସମସ୍ତ ପିତାଙ୍କୁ ଓଡ଼ିଶା ଭାସ୍କର ପରିବାର ତରଫରୁ ହାର୍ଦ୍ଧିକ ଅଭିନନ୍ଦନ ।

 

Get real time updates directly on you device, subscribe now.