fbpx

କରୋନାର ଡେଲ୍ଟା ଭାରିଆଣ୍ଟ ବଢାଇଲା ଚିନ୍ତା, ଦେଶରେ ୬ଟି ଡେଲ୍ଟା ପ୍ଲସ୍‌ ଭୂତାଣୁ ଚିହ୍ନଟ

ନୂଆଦିଲ୍ଲୀ/ଭୁବନେଶ୍ୱର, (ଓଡ଼ିଶା ଭାସ୍କର): କରୋନା ଭାରିଏଣ୍ଟ ଡେଲ୍ଟା ପ୍ଲସ୍‌କୁ ନେଇ ଏବେ ସମଗ୍ର ଦେଶରେ ଭୟର ବାତାବରଣ ସୃଷ୍ଟି ହୋଇଛି । କରୋନାର ଦ୍ୱିତୀୟ ଲହର ସାମାନ୍ୟ ଥମିଥିବା ବେଳେ ପୁଣି ଥରେ କରୋନାର ନୂଆ ଭାରିଏଣ୍ଟ ଚିହ୍ନଟ ହେବା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ସମଗ୍ର ଦେଶରେ ୬ଟି ଡେଲ୍ଟା ପ୍ଲସ ଭୂତାଣୁ ଚିହ୍ନଟ ହୋଇଛି । ଏଥି ମଧ୍ୟରୁ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗର ଦୁଇଟି ରହିଥିବା ଜଣାପଡିଛି । ୪ଟି ରାଜ୍ୟ ଯଥା ବିହାର, ଛତିଶଗଡ଼, ଓଡିଶା ଓ ଝାଡ଼ଖଣ୍ଡର ସାମ୍ପୁଲ୍‌କୁ ନେଇ ଆଇଏଲ୍‌ଏସ୍‌ ଜିନୋମ୍‌ ସିକ୍ୟୁଏନ୍ସିଂ ଜାରି ରଖିଛି । ଅଧିକ ସାମ୍ପୁଲର ଜିନମ ସିକ୍ୟୁଏନ୍ସିଂ କରାଗଲେ ଡେଲ୍ଟା ପ୍ଲସ ଭାଇରସ୍‌ ସ୍ଥିତି କଣ ଜଣାପଡ଼ିବ ।

ଏହି ପ୍ରସଙ୍ଗରେ ମତ ରଖି ଆଇଏଲ୍‌ଏସ୍‌ ନିର୍ଦ୍ଦେଶକ ଅଜୟ ପରିଡା କହିଛନ୍ତି ଯେ ଲକ୍‌ଡାଉନ୍‌ କୋହଳ ହେବା ପରେ ଲୋକମାନେ କଟକଣା ମାନୁନାହାନ୍ତି ଫଳରେ ସଂକ୍ରମଣ ବଢିବାର ଆଶଙ୍କା ରହିଛି । ତେଣୁ ସମସ୍ତେ ସରକାରଙ୍କ ଗାଇଡ଼ଲାଇନକୁ ଅନୁପାଳନ କରନ୍ତୁ ବୋଲି ଆଇଏଲ୍‌ଏସ୍‌ ନିର୍ଦ୍ଦେଶକ କହିଛନ୍ତି । ଅନ୍ୟପଟେ ଚେନ୍ନାଇର ଭାଣ୍ଡାଲୁର ଆରିଗନାର ଆନ୍ନା ପ୍ରାଣୀ ଉଦ୍ୟାନରେ ୪ଟି ସିଂହ କରୋନାର ଡେଲ୍ଟା ଭାରିଏଣ୍ଟ୍‌ରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.