fbpx

କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ବିୟୋଗରେ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ 

ଭୁବନେଶ୍ୱର,(ଓଡ଼ିଶା ଭାସ୍କର): ଓଡ଼ିଶାର ସୁନାମଧନ୍ୟ ଗାୟିକା ତପୁ ମିଶ୍ରଙ୍କ ଶନିବାର ରାତିରେ ପରଲୋକ ହୋଇଯାଇଛି । କରୋନା ଆକ୍ରାନ୍ତ ହୋଇ ପ୍ରାୟ ଏକ ମାସ ହେବ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ବେଳେ ଶନିବାର ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତପୁ ମିଶ୍ରଙ୍କୁ ଇକ୍‌ମୋ ଚିକିତ୍ସା ଯୋଗାଇ ଦିଆଯିବାକୁ ତାଙ୍କ ପରିବାର ଲୋକ ଚିନ୍ତା କରିଥିଲେ । ଏଥିପାଇଁ ନିକଟରେ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ମଧ୍ୟ ଏକ ଲକ୍ଷ ଟଙ୍କା ତପୁଙ୍କ ପାଇଁ ସହାୟତା ଦେଇଥିଲା।  ରାତି ପ୍ରାୟ ୧୧ଟାରେ ତାଙ୍କର ପରଲୋକ ହୋଇଥିବା ମେଡିକାଲ୍‌ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଦୀର୍ଘଦିନ ଧରି ତପୁ ଅସୁସ୍ଥ ଥାଇ ଚିକିତ୍ସିତ ହେଉଥିଲେ । ପ୍ରଥମେ କରୋନାରୁ ମୁକ୍ତ ହେବା ପରେ ସେ ଅଧିକ ଗୁରୁତର ହୋଇପଡ଼ିଥିବାରୁ ତାଙ୍କୁ ଆଇସିୟୁରେ ରଖାଯାଇଥିଲା ।  କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ବିୟୋଗରେ ଶୋକବ୍ୟକ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

 

ଟୁଇଟ୍‌ ଯୋଗେ ସେ ଉଲ୍ଲେଖ କରିଛନ୍ତି, ଓଡ଼ିଶାର ପ୍ରସିଦ୍ଧ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ନିଜର ସୁମଧୁର ସ୍ୱର ମାଧ୍ୟମରେ ସେ ଖୁବ୍‌ କମ୍‌ ସମୟରେ ଓଡ଼ିଶାରେ ଘରେ ଘରେ ପରିଚିତ ହୋଇପାରିଥିଲେ । ତାଙ୍କ ବିୟୋଗରେ ଓଡ଼ିଶା ସଙ୍ଗୀତ ଜଗତ ଜଣେ ପ୍ରତିଭାସମ୍ପନ୍ନ ଗାୟିକାଙ୍କୁ ହରାଇଲା । ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦ୍‌ଗତି କାମନା କରୁଛି ।

Get real time updates directly on you device, subscribe now.