fbpx

୬ରୁ ୮ସପ୍ତାହ ମଧ୍ୟରେ ତୃତୀୟ ଲହର ଆସିବା ନିଶ୍ଚିତ : ଏମ୍ସ ନିର୍ଦ୍ଦେଶକ

ନୂଆଦିଲ୍ଲୀ,(ଓଡ଼ିଶା ଭାସ୍କର): ମହାମାରୀ କରୋନା ସଂକ୍ରମଣର ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ନୂଆଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆର‌୍ୟୁବିଜ୍ଞାନ ସଂସ୍ଥାନ (ଏମ୍ସ) ମୁଖ୍ୟ ଡା. ରଣଦୀପ ଗୁଲେରିଆ । ଆସନ୍ତା ୨ କିମ୍ବା ୪ ନୁହେଁ, ବରଂ ୬ରୁ ୮ ସପ୍ତାହ ମଧ୍ୟରେ କରୋନାର ତୃତୀୟ ଲହର ଭାରତରେ କାୟା ବିସ୍ତାର କରିବ । ତୃତୀୟ ଲହର ଦେଶକୁ ଆସିବା ନିଶ୍ଚିତ ବୋଲି ସେ କହିଛନ୍ତି ।

ଡା. ଗୁଲେରିଆ କହିଛନ୍ତି ଯେ ମହାମାରୀ କରୋନାର ତୃତୀୟ ଲହର କେତେ ସାଂଘାତିକ ହେବ ଓ ଏହାର ପରିଣାମ କ’ଣ ହେବ ତାହା ଲୋକମାନଙ୍କ ଆଚରଣ ଓ ବ୍ୟବହାର ଉପରେ ନିର୍ଭର କରିବ । ପ୍ରଥମ ଓ ଦ୍ୱିତୀୟ ଲହରରୁ ଆମେ ଅନେକ କିଛି ଶିକ୍ଷା ଲାଭ କରିଛୁ । ତଥାପି କିଛି ଲୋକ ଅନ୍‌ଲକ୍‌ ପରେ ଏହାକୁ ବୁଝିବାକୁ ପ୍ରସ୍ତୁତ ନାହାଁନ୍ତି । ଲୋକମାନେ ଗୋଟିଏ ସ୍ଥାନରେ ଏକତ୍ରିତ ହେବା ସହ ବଜାର ଓ ଦୋକାନରେ କଟକଣାକୁ ଉଲ୍ଲଂଘନ କରି ଭିଡ଼ କରୁଛନ୍ତି । କରୋନା ଭାଇରସକୁ ପୁଣି ଶକ୍ତି ସଂଗ୍ରହ କରି ସାରା ଭାରତରେ ସଂକ୍ରମଣ ବୃଦ୍ଧି କରିବାକୁ କିଛି ସମୟ ଲାଗିବ । ଏଥିପାଇଁ ୬ରୁ ୮ ସପ୍ତାହ କିମ୍ବା ସାମାନ୍ୟ ବିଳମ୍ବ ହେବ । ଏହା ପରେ କରୋନା ତୃତୀୟ ଲହର ଦେଶରେ ସଂକ୍ରମଣ ବୃଦ୍ଧି କରିାରେ ବୋଲି ସେ କହିଛନ୍ତି ।

ଆମେ କେମିତି କଟକଣା ପାଳନ କରି ଆଗକୁ ବଢ଼ୁଛେ ତାହା ଉପରେ ସବୁକିଛି ନିର୍ଭର କରିବ । ଲୋକମାନେ କଟକଣା କେତେ ମାନୁଛନ୍ତି ଓ ଭିଡ଼ କେତେ କମୁଛି, ତାହା ଦେଖିବାର ଅଛି ବୋଲି ସେ କହିଛନ୍ତି । ଏଥିସହ ସେ କରୋନା ଟିକାକରଣ ଓ ମାଇକ୍ରୋ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଉପରେ ଗୁରୁତ୍ୱ ଦେବାକୁ ମଧ୍ୟ ଯୁକ୍ତି ବାଢ଼ିଛନ୍ତି । ତୃତୀୟ ଲହରରୁ ବଞ୍ଚିବା ବଡ ମୁସ୍କିଲ । ମାର୍ଚ୍ଚରୁ ସାରା ଦେଶରେ ଆରମ୍ଭ ହୋଇଥିଲା ଲକଡାଉନ୍‌ । ଏବେ ଧୀରେ ଧୀରେ ବିଭିନ୍ନ ସ୍ଥାନରେ ଅନ୍‌ଲକ୍‌ ପର୍ଯ୍ୟାୟ ହେବାରେ ଲାଗିଛି । ଅନ୍‌ଲକ୍‌ ହେଲେ ବି ଆମକୁ କରୋନାକଟକଣା ମାନିବାକୁ ପଡ଼ିବ । ସେପରି ଆବଶ୍ୟକ ନଥିଲେ ବାହାରକୁ ନବାହାରି ଘରେ ରହିବାକୁ ପଡ଼ିବ ଏବଂ ଗହଳି ସ୍ଥାନରେ ଭିଡ଼ କମାଇବାକୁ ପଡ଼ିବ ବୋଲି ସେ ଯୁକ୍ତି ବାଢ଼ିଛନ୍ତି ।

ଅନ୍ୟପଟେ ବିଶେଷଜ୍ଞମାନଙ୍କ ଆକଳନ ସମୟ ପୂର୍ବରୁ ମହାରାଷ୍ଟ୍ରରେ କରୋନାର ତୃତୀୟ ଲହର ଆସିପାରେ । ବିଶେଷଜ୍ଞମାନେ କହିଛନ୍ତି ଯେ ମହାରାଷ୍ଟ୍ରରେ କରୋନା କଟକଣା ସାମାନ୍ୟ ଢିଲା ହେବା ପରେ ଗହଳି ବଢୁଛି । ଏହାଦ୍ୱାରା ସଂକ୍ରମିତମାନଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଇବ ବୋଲି କୁହାଯାଇଛି । ରାୟଟର୍ସର ସର୍ଭେ ମୁତାବକ ଅକ୍ଟୋବର ମାସ ସୁଦ୍ଧା ଦେଶରେ କରୋନାର ତୃତୀୟ ଲହର ଆସିାରେ । ଏହି ସର୍ଭେରେ ବିଶ୍ୱର ୪୦ ଜଣ ବିଶେଷଜ୍ଞ, ଡାକ୍ତର ବୈଜ୍ଞାନିକମାନଙ୍କର ମତ ନେଇଥିଲେ । ସେମାନଙ୍କ ମତରେ ଖୁବଶୀଘ୍ର ଦେଶରେ ଟିକାକରଣ କରାଗଲେ ଏହି ପର୍ଯ୍ୟାୟ ଲହର କ୍ଷୟକ୍ଷତିକୁ ରୋକାଯାଇ ପାରିବ ।

Get real time updates directly on you device, subscribe now.