fbpx

ସିବିଏସ୍‌ଇର ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ୍‌: ଦ୍ୱାଦଶ ପରୀକ୍ଷା ମୂଲ୍ୟାୟନ ପଦ୍ଧତିକୁ ବିରୋଧ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ୧୧୫୨ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ,(ଓଡ଼ିଶା ଭାସ୍କର)  ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେସନ୍‌ (ସିବିଏସ୍‌ଇ) ଦ୍ୱାଦଶ ପରୀକ୍ଷାକୁ କେନ୍ଦ୍ର ସରକାର ବାତିଲ୍‌ କରିବା ପରେ ଏହି ପରୀକ୍ଷାର ମୂଲ୍ୟାୟନ ପଦ୍ଧତି କିପରି କରାଯିବ ସେନେଇ ଗୁରୁବାର ସିବିଏସ୍‌ଇ ପକ୍ଷରୁ ଧାର୍ଯ୍ୟ ପଦ୍ଧତି ସମ୍ପର୍କରେ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଥିଲା । ତେବେ ଏହି ପଦ୍ଧତିକୁ ନେଇ ଛାତ୍ରଛାତ୍ରୀଙ୍କ ମହଲରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ସିବିଏସ୍‌ଇ ନିଷ୍ପତ୍ତିକୁ ବିରୋଧ କରି ଶନିବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ୧୧୫୨ ଛାତ୍ରଛାତ୍ରୀ । ସେମାନେ ସିବିଏସ୍‌ଇର ଏହି ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ଚାଲେଞ୍ଜ୍‌ କରିଛନ୍ତି ।

ଆବେଦନକାରୀ ଛାତ୍ରଛାତ୍ରୀମାନେ ଅସନ୍ତୋଷ ଜାହିର କରିବା ସହ ସୁପ୍ରିମକୋର୍ଟଙ୍କ ନିକଟରେ କେତେକ ପ୍ରସ୍ତାବ ମଧ୍ୟ ରଖିଛନ୍ତି । ତେବେ ସିବିଏସ୍‌ଇ ମୂଲ୍ୟାୟନରେ କମ୍ପାର୍ଟମେଣ୍ଟ, ଫେଲ ହୋଇ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀ, ଡ୍ର ଆଉଟ୍‌ ଓ ଘରୋଇ ଛାତ୍ରଛାତ୍ରୀଙ୍କ ପାଇଁ ବ୍ୟବସ୍ଥା କରିବାକୁ ଆବେଦନକାରୀମାନେ ଦାବି କରିଛନ୍ତି । ସିବିଏସ୍‌ଇର ନିଷ୍ପତ୍ତି ସମ୍ବିଧାନ ଦେଇଥିବା ଅଧିକାରକୁ କ୍ଷୁର୍ଣ୍ଣ କରୁଛି ବୋଲି ଆବେଦନପତ୍ରରେ ଦର୍ଶାଇଛନ୍ତି ଆବେଦନକାରୀ ।

ଏଥିସହ ପରୀକ୍ଷାର୍ଥୀ, ଅଭିଭାବକ, ଶିକ୍ଷକ ପାଇଁ ସ୍ୱାସ୍ଥ୍ୟ ସମ୍ପର୍କୀତ ସମସ୍ତ ସୁରକ୍ଷା ବ୍ୟବସ୍ଥା କରିବାକୁ ଆବେଦନରେ ଦର୍ଶାଯାଇଛି । ଆଇନଜୀବୀ ମନୁ ପଟେଲଙ୍କ ଜରିଆରେ ଛାତ୍ରଛାତ୍ରୀମାନେ ଏହି ଆବେଦନପତ୍ର ଦାଖଲ କରିଛନ୍ତି । ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ପରୀକ୍ଷା ମୂଲ୍ୟାୟନକୁ ନେଇ ସୁପ୍ରିମକୋର୍ଟରେ ଆବେଦନପତ୍ର ଦାଖଲ ହେବା ପରେ ଏବେ ପୁଣିଥରେ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକମାନେ ଦ୍ୱନ୍ଦ୍ୱରେ ରହିଛନ୍ତି ।

Get real time updates directly on you device, subscribe now.