ତେଲେଙ୍ଗାନାରୁ ସଂପୂର୍ଣ୍ଣ ହଟିଲା ଲକ୍‌ଡାଉନ୍ କଟକଣା, ଆଜିଠୁ ଖୋଲିବ ଦୋକନ ବଜାର

ହାଇଦ୍ରାବାଦ (ଓଡ଼ିଶା ଭାସ୍କର): ଅନେକ ଦିନର ବ୍ୟବଧାନ ପରେ ଲକ୍‌ଡାଉନ ହଟାଇଛନ୍ତି ତେଲେଙ୍ଗାନା ସରକାର । କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ତେଲେଙ୍ଗାନା ସରକାର ସମସ୍ତ କରୋନା କଟକଣା ହଟାଇ ଦେଇଛନ୍ତି । ସରକାର ଲକଡାଉନ ସମୟରେ ଲାଗୁ ହୋଇଥିବା ସମସ୍ତ ପ୍ରକାର ନିୟମାବଳୀକୁ ସମ୍ପୂର୍ଣ୍ଣ ରୂପେ ହଟାଇବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଲକଡାଉନକୁ ସମ୍ପୂର୍ଣ୍ଣ ରୂପେ ହଟାଇବାକୁ ରାଜ୍ୟ କ୍ୟାବିନେଟ୍‌ ନିଷ୍ପତ୍ତି ନେଇଛି।କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମ ହୋଇଛି, ପଜିଟିଭିଟି ହାର ହ୍ରାସ ପାଇଛି ଏବଂ କରୋନା ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିଛି ବୋଲି ମେଡିକାଲ୍‌ କର୍ତ୍ତୃକ୍ଷ ଦେଇଥିବା ରିପୋର୍ଟକୁ ଯାଞ୍ଚ କରି ଲକଡାଉନ ହଟାଇବାକୁ ନିଷ୍ପତ୍ତି ନିଆଯାଇଥିବା ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ଶନିବାର ହୋଇଥିବା ରାଜ୍ୟ କ୍ୟାବିନେଟ ବୈଠକରେ ରବିବାର ସକାଳ ୬ଟାରୁ ଆରମ୍ଭ ହେବାକୁଥିବା ଲକଡାଉନକୁ ସମ୍ପୂର୍ଣ୍ଣ ରୂପେ ହଟାଇବାକୁ ନିଷ୍ପତ୍ତି ନିଆଯାଇଛି । ଲକଡାଉନ ହଟିବା ସହ ରାଜ୍ୟରେ ନାଇଟ କର୍ଫ୍ୟୁ ମଧ୍ୟ ରହିବ ନାହିଁ ବୋଲି ଜଣାପଡିଛି ।