fbpx

ଲଞ୍ଚ ହେଲା Samsung Galaxy M32, 6000 mAh ବ୍ୟାଟେରୀ ସହ ରହିଛି ଅନେକ ଫିଚର୍ସ

ନୂଆଦିଲ୍ଲୀ: ସାମସଙ୍ଗ୍ ଏହାର ନୂତନ ଫୋନ Galaxy M32 ଭାରତରେ ଲଞ୍ଚ କରିଛି। ଏହି ଫୋନରେ ରହିଛି 6000 mAhର ବଡ଼ ବ୍ୟାଟେରୀ । ଏହାର ପ୍ରାରମ୍ଭିକ ଦାମ ୧୪,୯୯୯ଟଙ୍କା ରହିଛି ଏବଂ ଏଥିରେ ଆମୋଲେଡ ଡିସ୍ପ୍ଲେ ମଧ୍ୟ ରହିଛି । Galaxy M32 ର ବେସ ଭାରିଆଣ୍ଟରେ 4GB ଏବଂ 64GB ଷ୍ଟୋରେଜ ଦିଆଯାଇଛି । ଟପ୍ ଭାରିଆଣ୍ଟରେ 6GB RAM ସହ 128 GB ଜିବି ଷ୍ଟୋରେଜ୍ ଦିଆଯାଇଛି । ଯାହାର ଦାମ ୧୬,୯୯୯ ଟଙ୍କା ରହିଛି । ଏହାର ବିକ୍ରି ଆମାଜନ ଇଣ୍ଡିଆ, ସାମସଙ୍ଗ୍ ୱେବସାଇଟ ସହ ଅନ୍ୟାନ୍ୟ ରିଟେଲରେ ମଧ୍ୟ ହେବ ।

ଜାଣନ୍ତୁ ଏହାର ଫିଚର୍ସ

Galaxy M32 ରେ 6.4 inchର Full HD+ Super Amoled Display ଦିଆଯାଇଛି । ଏହା ସହ 90 Hzର ରିଫ୍ରେଶ ରେଟ ରହିଛି । ଏହି ସ୍ମାର୍ଟଫୋନ MediaTek Helio G80 ପ୍ରୋସେସର ରହିଛି । ଏହି ଫୋନ Android 11 ଦ୍ୱାରା ପରିଚାଳିତ ଏବଂ ଏଥିରେ OneUI 3.1 ଇଣ୍ଟରଫେସ ରହିଛି । Galaxy M32 ରେ କ୍ୱାଡ କ୍ୟାମେରା ସେଟଅପ ଦିଆଯାଇଛି । ଯାହାର ପ୍ରାଇମେରୀ କ୍ୟାମେରା 64 MPର ରହିଛି । ଦ୍ୱିତୀୟ କ୍ୟାମେରାରେ 8 MPର Wide Angle Lens ରହିଛି । ଏହା ସହ 2 MPର ମାକ୍ରୋ କ୍ୟାମେରା ଏବଂ 2 MP Depth Sensor ଦିଆଯାଇଛି । ସେଲ୍ଫିପାଇଁ ଏହି ସ୍ମାର୍ଟଫୋନରେ 20MPର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି ।

Galaxy M32 ରେ ସାଇଡ ମାଉଣ୍ଟେଡ ଫିଙ୍ଗରପ୍ରିଣ୍ଟ ସ୍କାନର ଦିଆଯାଇଛି । ଏଥିରେ ୪ଜି ସହ ୟୁଏସବି ଟାଇପ ସି ପୋର୍ଟ ଦିଆଯାଇଛି । ଏହା ସହ ଏଥିରେ ଅନ୍ୟାନ୍ୟା ସୁବିଧା ରହିଛି । Galaxy M32 ରେ 6000 mAh ର ବ୍ୟାଟେରୀ ଦିଆଯାଇଛି । 25W ଫାଷ୍ଟ ଚାର୍ଜିଂ ସପୋର୍ଟ ରହିଛି ।  Galaxy M32 ର ବିକ୍ରି ୨୮ ଜୁନ୍ ୧୨ଟାରୁ ଆରମ୍ଭ ହେବ ।

Get real time updates directly on you device, subscribe now.