ଦ୍ୱିତୀୟ ବିବାହ କରିବାକୁ ପହଞ୍ଚିଥିଲା ବ୍ୟକ୍ତି: ପଛେ ପଛେ ପୋଲିସ ନେଇ ପହଞ୍ଚିଗଲା ପ୍ରଥମ ସ୍ତ୍ରୀ, ଆଉ ତା’ପରେ

ବରେଲୀ: ଆଜିକାଲି ସମାଜରେ ଦ୍ୱିତୀୟ ବିବାହ କିଛି ବଡ କଥା ନୁହେଁ । କିନ୍ତୁ ପ୍ରଥମ ପତ୍ନୀ ଥାଉ ଥାଉ ଦ୍ୱିତୀୟ ବିବାହ କରିବାକୁ ଯାଉଥିବା ଜଣେ ବ୍ୟକ୍ତିଙ୍କ ଅବସ୍ଥା କହିଲେ ନସରେ । ବେଦୀରୁ ହିଁ ଦୌଡି ପଳାଇବା ବିନା ନଥିଲା ଅନ୍ୟବାଟ । ଏପରି ଏକ ଘଟଣା ଉତ୍ତରପ୍ରଦେଶ ବରେଲୀରେ ଦେଖିବାକୁ ମିଳିଛି, ଯେଉଁଠାରେ ପ୍ରଥମ ପତ୍ନୀ ଥାଇ ମଧ୍ୟ ଜଣେ ବ୍ୟକ୍ତି ଦ୍ୱିତୀୟ ବିବାହ କରିବାକୁ ପହଞ୍ଚିଥିଲା । ପ୍ରଥମ ପତ୍ନୀ ଏନେଇ ଖବର ପାଇବାକୁ ତୁରନ୍ତ ପୋଲିସ ନିକଟରେ ଅଭିଯୋଗ କରିଥିଲା । ବାହାଘର ଭାଙ୍ଗିବା ପାଇଁ ପୋଲିସ ପ୍ରଥମ ପତ୍ନୀଙ୍କୁ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲା । ସେପଟେ ପୋଲିସ ପହଞ୍ଚିବାର ସୂଚନା ପାଇବା ମାତ୍ରେ ବର ସମେତ ସମସ୍ତ ବରଯାତ୍ରୀ ବେଦୀରୁ ଛୁ’ ମାରିଲେ । ବରର କେତେ ବନ୍ଧୁଙ୍କୁ ପୋଲିସ ଗିରଫ କରି ପଚରାଉଚରା ଜାରି ରଖିଛି ।

ସୂଚନା ମୁତାବକ, ଶାହଜଙ୍ଗାପୁରର ଖୁଦାଗଞ୍ଜର ନିବାସୀ ଅର୍ଚ୍ଚନା ଗୁପ୍ତାଙ୍କ ବିବାହ ୨୦୦୬ରେ ତିଲହର ନିବାସୀ ଗୌରବଙ୍କ ସହ ହୋଇଥିଲା । ଅର୍ଚ୍ଚନାଙ୍କ ୨ ପୁତ୍ର ସନ୍ତା ଥିବା ବେଳେ ଶାଶୁଘର ଲୋକେ ଯୌତୁକ ପାଇଁ ସର୍ବଦା ନିର୍ଯାତନା ଦେଇଆସୁଥିଲେ । ଏନେଇ ଅର୍ଚ୍ଚନା ସ୍ୱାମୀଙ୍କ ବିରୋଧରେ ଯୌତୁକ ନିର୍ଯାତନାର ଅଭିଯୋଗ କରିଥିଲେ । ଅଭିଯୋଗ ପରେ ସେ ଦୁଇ ପୁଅଙ୍କୁ ନେଇ ବାପଘରକୁ ଚାଲିଆସିଥିଲେ ।

ଏହାରି ମଧ୍ୟରେ ଅର୍ଚ୍ଚନାଙ୍କୁ ଜଣାପଡିଥିଲା ଯେ, ତାଙ୍କ ସ୍ୱାମୀ ଗୌରବ ଅନ୍ୟ ଏକ ସ୍ଥାନରେ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି । ତୁରନ୍ତ ସେ ଏସଏସପିଙ୍କ ନିକଟରେ ଏହାର ଅଭିଯୋଗ କରିଥିଲେ । ଏସଏସପିଙ୍କ ଆଦେଶ ଅନୁସାରେ ବାରାଦରୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାହାଘରକୁ ଭାଙ୍ଗିଥିଲେ । ଏବେବି ପୋଲିସ ମାମଲାର ଯାଞ୍ଚ କରୁଛି ଚଳାଇଥିବା ଜଣାପଡିଛି ।