fbpx

ରାଜନୀତିରେ ଯୋଗ ଦେବାର ପ୍ରଶ୍ନ ଉଠୁ ନାହିଁ ; ଏମିତି କହିଲେ ଅନୁପମ୍ ଖେର

ମୁମ୍ବାଇ: ବଲିଉଡର ଭେଟରାନ୍ ଅଭିନେତା ଅନୁପମ୍ ଖେର ତାଙ୍କର ସବୁବେଳେ କିଛି ନା କିଛି କଥାକୁ ନେଇ ସେ ଟ୍ୱିଟ୍ କରୁଥାନ୍ତି । ଯେମିତିକି ରାଜନୈତିକ ଦୃଷ୍ଟି କୋଣକୁ ନେଇ ସେ ବହୁତ ସକ୍ରିୟ ରହିଥାନ୍ତି । ସେ ସଦାସର୍ବଦା ସୋସିଆଲ ମିଡିଆ ସହ ଜଡିତ ହୋଇ ରହିଥାନ୍ତି । କିନ୍ତୁ ସେ ଏମିତି କିଛି ଯାହା ଚର୍ଚ୍ଚା ହୋଇଛି ।
ଅନେକ କଳାକାର ରାଜନୀତିରେ ପାଦ ରଖିଥିବା ବେଳେ ଅନୁପମ୍ ଖେର କହିଛନ୍ତି କି ସେ ଆଉ କେବେ ବି ରାଜନୀତିରେ ଯୋଗ ଦେବେ ନାହିଁ । ସେ ଗଣମାଧ୍ୟମ ସହିତ ବାର୍ତ୍ତାଆଳାପରେ କହିଛନ୍ତି ଯେ ରାଜନୀତିରେ ଯୋଗଦେବା ପ୍ରଶ୍ନ ହିଁ ଉଠୁନାହିଁ । ସେ ୨୦୧୭ରେ ହିମାଚଳ ପ୍ରଦେଶରେ ଗତ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବା ନେଇ ପ୍ରଶ୍ନ ଉଠାଇଥିଲେ । ସେ ଏହି ଉତ୍ତରରେ କହିଛନ୍ତି ଯେ ଯଦି କେହି କାହା ସହିତ ହାତ ମିଳାନ୍ତି , ଲୋକମାନେ ସେମାନଙ୍କ ସୁବିଧା ଅନୁଯାୟୀ କୌଣସି ସିଦ୍ଧାନ୍ତରେ ପହଞ୍ଚିବା ଆରମ୍ଭ କରନ୍ତି ।

ଏହି ସମ ୟରେ ଅନୁପମ୍ ଖେରଙ୍କ ପତ୍ନୀ କିରନ୍ ଖେର ଚଣ୍ଡିଗଡର ବିଜେପି ସାଂସଦ ଅଟନ୍ତି । ସେ ଏବେ ରକ୍ତ କର୍କଟ ରୋଗରେ ପୀଡିତ ଅଛନ୍ତି । ଅନୁପମ୍ ଖେର କହିଛନ୍ତି ଯେ କେମୋଥେରାପିର ଅନେକ ସାଇଡ ଇଫେକ୍ଟ ଅଛି । ଲିନ୍ତୁ ତାଙ୍କର ଇଚ୍ଛା ଶକ୍ତି ମଧ୍ୟ ବହୁତ ମଜବୁତ । ତେବେ ତାଙ୍କର ଏବେ ଚିକିତ୍ସା ମଧ୍ୟ ଚାଲିଛି ।

Get real time updates directly on you device, subscribe now.