fbpx

ନାବାଳିକା ଅପହରଣ ଅଭିଯୋଗ ମାମଲା: ଉଦ୍ଧାର ହେଲା ନାବାଳିକା, ଅଭିଯୁକ୍ତକୁ ଧରିଲା ପୁଲିସ

ରାଜନଗର (ଓଡ଼ିଶା ଭାସ୍କର) : ରାଜନଗର ବ୍ଲକ କେରଡାଗଡ ପଚାଂୟତରେ ଜଣେ ନାଳିକାକୁ ଅପହରଣ ମାମଲାରେ ଜଣକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

ଗତ ୧୩ତାରିଖ ସନ୍ଧ୍ୟାରେ କେରଡାଗଡରୁ ସଂପୃକ୍ତ ନାବାଳିକାକୁ ପାରାଦ୍ୱୀପର ଅଗଣୀ ବେହେରା ଅପହରଣ କରିନେଇଥିବା ନେଇ ତାର ଦାଦା ରାଜନଗର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ପରାଦ୍ୱୀପରୁ ସଂପୃକ୍ତ ନାବାଳିକାକୁ ଉଦ୍ଧାର କରିବା ସହ ଅଗଣୀକୁ ଗିରଫ କରିଛି । ତା ନାମରେ ଅପହରଣ ମାମଲା ରୁଜୁ ହେବା ସହ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ତପନକୁମାର ନାୟକ ସୂଚନା ଦେଇଛନ୍ତି ।

ପୋଲିସ ସୂଚନା ଅନୁଯାୟୀ ଅଗଣୀ ବିବାହିତ ଓ ପୁଅ- ଝିଅ ଅଛନ୍ତି।

Get real time updates directly on you device, subscribe now.