fbpx

ରାଜ୍ୟ ପୋଲିସରେ ୩୯ କ୍ରୀଡ଼ାବିତଙ୍କୁ ଚାକିରି, E-FIR ବ୍ୟବସ୍ଥାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୋଲିସରେ ୩୯ କ୍ରୀଡ଼ାବିତଙ୍କୁ ଚାକିରି ମିଳିଛି । ୩୯ କ୍ରୀଡ଼ାବିତଙ୍କ ନିଯୁକ୍ତି ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖେଳାଳିଙ୍କ ମଧ୍ୟରୁ ୩୦ ଜଣ ମହିଳା ଥିବା ବେଳେ ୯ ଜଣ ପୁରୁଷ ରହିଛନ୍ତି । ପୂର୍ବରୁ ୬ଟି ପର୍ଯ୍ୟାୟରେ ୯୬ ଜଣ କ୍ରୀଡ଼ାବିତ ନିଯୁକ୍ତ ପାଇଛନ୍ତି ।

କ୍ରୀଡ଼ାବିତଙ୍କ ଯୋଗଦାନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇ କହିଛନ୍ତି ଯେ, ‘ପାରା ଆଥଲେଟରମାନଙ୍କୁ ବି ଆର୍ଥିକ ଓ ଚାକିରି ସହାୟତା ଜାରି ରହିବ । ଖୁବଶୀଘ୍ର ଓଡ଼ିଶା ହେବ ସ୍ପୋର୍ଟ୍ସ ପାୱାର ହାଉସ । ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମି ପାଇଁ ୧୦୦୦ କୋଟି ଟଙ୍କା ନିବେଶ ହେବ । ଦେଶର ସର୍ବବୃହତ ହକି ଷ୍ଟାଡଅମରେ ଏହି ଟଙ୍କା ଖର୍ଚ୍ଚ ହେବ । ‘

ତେବେ ରାଉରକେଲାରେ ନିର୍ମାଣ ହେଉଛି ଦେଶର ସବୁଠାରୁ ବଡ ହକି ଷ୍ଟାଡିୟମ । ୨୦୨୩ରେ ହେବାକୁ ଯାଉଥିବା ହକି ବିଶ୍ୱକପ ଏହି ଗ୍ରାଉଣ୍ଡରେ ଖେଳାଯିବ । କ୍ରୀଡ଼ାବିତଙ୍କ ସ୍ୱପ୍ନ ପୂରଣ ପାଇଁ ଯଥା ସମ୍ଭବ ଉଦ୍ୟମ କରାଯିବ । ଲୁଟ ଓ ଛିନତାଇ ପାଇଁ E-FIR ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି । ୫-Tକାର୍ଯ୍ୟକ୍ରମ ମାଧ୍ୟମରେ E-FIR ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Get real time updates directly on you device, subscribe now.