fbpx

ଷ୍ଟାର୍‌ ସ୍ପ୍ରିଣ୍ଟର୍‌ ହିମା ଦାସ ଆହତ, ଅଲିମ୍ପିକ୍ସରୁ ବାଦ୍‌ ପଡିବା ନେଇ ବଢ଼ିଲା ଆଶଙ୍କା

ପଟିଆଲା(ଓଡ଼ିଶା ଭାସ୍କର): ଭାରତର ମହିଳା ଆଥଲେଟ୍‌ ତଥା ଧାବିକା ହିମା ଦାସଙ୍କୁ ଝଟକା । ଏଠାରେ ଚାଲିଥିବା ଜାତୀୟ ଅନ୍ତ-ରାଜ୍ୟ ଆଥାଲଟିକ୍‌ ଚାମ୍ପିଅନଶି୍‌ର ଶନିବାର ଦିନ ଅନୁଷ୍ଠିତ ମହିଳା ୧୦୦ ମିଟର ହିଟ୍‌ ରେସ୍‌ ଅବସରରେ ଆହତ ହୋଇଛନ୍ତି । ଦୌଡିବା ବେଳେ ତାଙ୍କ ମାଂସ ପେଶୀରେ ଆଘାତ ଲାଗିଛି । ତେଣୁ ମୁଖ୍ୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।

ହିଟ୍‌ ରେସ, ଏହି ଦୂରତ୍ୱକୁ ସେ ୧୨.୦୧ ସେକେଣ୍ଡରେ ଅତିକ୍ରମ କରି ତୃତୀୟ ହୋଇଥିଲେ । ମାତ୍ର ଆହତ ଜନିତ କାରଣ ନେଇ ପରବର୍ତ୍ତୀ ରେସ୍‌ରେ ଭାଗ ନେଇ ପାରିବେ ନାହିଁ ବୋଲି ଜଣାପଡିଛି । ତେଣୁ ଭାରତୀୟ ରିଲେ ଦଳ ବଡ କ୍ଷତି ଭୋଗିବାକୁ ପଡିବ । କାରଣ ୪ ଗୁଣା ୧୦୦ ମିଟର ମହିଳା ରିଲେ ଟିମର ସେ ପ୍ରମୁଖ ଧାବିକା ଥିଲେ । ଅନ୍ୟତମ ଧାବିକା ଦୂତୀ ଚାନ୍ଦ ,ଧନଲକ୍ଷ୍ମୀ ଓ ଅର୍ଚ୍ଚନା ସୁଶିନ୍ଦ୍ରନଙ୍କ ସହିତ ହିମା ଦାସ ରିଲେ ଟିମର ସଦସ୍ୟା ଥିଲେ । ତେଣୁ ହିମା ଦାସ ବାଦ ପଡିଲେ ରିଲେ ଦଳକୁ ବଡ ଝଟକା ଲାଗିବ ।

ସେହିପରି ହିମା ଦାସ ମହିଳା ୨୦୦ ମିଟର ଯୋଗ୍ୟତା ପର୍ଯ୍ୟାୟ ରେସରେ ପ୍ରତିଦ୍ୱନ୍ଦ୍ୱିତା କରିବାର ଅଛି । ଏହା ପୂର୍ବରୁ ଏଠାରେ ଅନୁଷ୍ଠିତ ଇଣ୍ଡିଆନ ଗ୍ରାଣ୍ଡପ୍ରକ୍ସ- ୪ ପ୍ରତିଯୋଗିତାର ୨୦୦ ମିଟର ରେସ୍‌ରେ ଅଳ୍ପକେ ବିଫଳ ହୋଇ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରି ପାରିଲେ ନାହିଁ । ତେଣୁ ଏହି ଜାତୀୟ ଅନ୍ତ-ରାଜ୍ୟ ଚାମ୍ପିଅନଶି୍‌ରେ ସଫଳ ହୋଇଥିଲେ ଟୋକିଓ ଅଲିମ୍ପିକ୍ସରେ ଭାଗ ନେବା ସୁଯୋଗ ସୃଷ୍ଟି କରିବା ସମ୍ଭାବନା ଥିଲା । ଅଲିମ୍ପିକ୍ସ ପାଇଁ ଉଭୟ ଦୂତୀ ଚାନ୍ଦ ଓ ହିମା ଦାସଙ୍କ ପାଇଁ ଏହା ଶେଷ ସୁଯୋଗ ।

Get real time updates directly on you device, subscribe now.