fbpx

କେତେ ଭୟଙ୍କର ହୋଇପାରେ କରୋନାର ତୃତୀୟ ଲହର, ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ

ନୂଆଦିଲ୍ଲୀ: କରୋନା ଭାଇରସର ଦ୍ୱିତୀୟ ଲହର ଦେଶ ସାରା ଏହାର ପ୍ରକୋପ ଜାରି ରଖିଛି, ଯାହା ଜୀବନ ଏବଂ ଅର୍ଥ ବ୍ୟବସ୍ଥାକୁ ପ୍ରଭାବ କରିଛି । କରୋନା ଯୋଗୁଁ ଭାରତରେ ଏପର୍ୟ୍ୟନ୍ତ ପାଖାପାଖି ୪ ଲକ୍ଷ ଲୋକଙ୍କର ମୃତ୍ୟୁ ହେଲାଣି । ସଂକ୍ରମଣର ହାରରେ ହ୍ରାସ ହୋଇଥିଲେ ବି ଟଳିନାହିଁ ସଂଙ୍କଟ । ଏବେ ତୃତୀୟ ଲହରକୁ ନେଇ ଚର୍ଚ୍ଚା । ନୂଆ ଡେଲଟା ପ୍ଳସ୍ ଭାରିଆଣ୍ଟ ଏବେ ଚିନ୍ତାର କାରଣ ପାଲଟିଛି ।

ବିଶେଷଜ୍ଞମାନେ କହିଛନ୍ତି ଯଦି ତୃତୀୟ ଲହର ଆସେ ତେବେ ସେଥିରେ ଡେଲଟା ପ୍ଲସ ଭାରିଆଣ୍ଟ ଏକ ମୁଖ୍ୟ ମାରକ ହୋଇପାରେ । ଏଭଳି ପରିସ୍ଥିତିରେ ଆଇସିଏମଆର ଦ୍ୱାରା ଭାରତରେ ତୃତୀୟ ଲହରର ସଂକ୍ରମଣ ସମ୍ଭାବନା ଉପରେ ଏକ ଅଧ୍ୟୟନ କରାଯାଇଛି । ଅଧ୍ୟୟନ ଅନୁଯାୟୀ ଯଦି ଦେଶରେ ତୃତୀୟ ଲହରର ଆସେ ତେବେ ଏହା ଦ୍ୱିତୀୟ ଲହର ପରି ଭୟାନକ ହେବ ନାହିଁ । ଏହା ସହ ଟିକାକରଣ ପ୍ରକ୍ରିୟାରେ ବୃଦ୍ଧି ଫଳରେ କେବଳ କରୋନା ନୁହେଁ ବରଂ ଭବିଷ୍ୟତରେ ଅନ୍ୟ ଲହରକୁ ମଧ୍ୟ କମ୍ କରିବାରେ ମହତ୍ୱପୂର୍ଣ୍ଣ ହେବ ।

ଅଧ୍ୟୟନରେ ତୃତୀୟ ଲହରର ସମ୍ଭାବନା ଉପରେ ଆଲେଚନା କରାଯାଇଛି । କୁହାଯାଇଛି ସମୟ ସହ ସଂକ୍ରମଣ ଉପରେ ପ୍ରତିରକ୍ଷା କ୍ଷମତା କମ୍ ହୋଇଯାଇପାରେ । ଏଭଳି ସ୍ଥିତିରେ ପୂର୍ବରୁ ସଂକ୍ରମଣ ହୋଇଥିବା ଲୋକମାନେ ପୁଣି ସଂକ୍ରମିତ ହୋଇପାରନ୍ତି । ଆଇସିଏମଆରର ଅଧ୍ୟୟନରୁ ଜଣପଡ଼ିଛି ଗର୍ଭବତୀ ମହିଳାମାନେ ଭାରତରେ ଦ୍ୱିତୀୟ ଲହର ସମୟରେ ପ୍ରଥମ ଲହର ତୁଳନାରେ ଅଧିକ ଗମ୍ଭୀର ଭାବରେ ପ୍ରଭାବିତ ହୋଇଛନ୍ତି ।

ଦ୍ୱିତୀୟ ଲହରରେ ମୃତ୍ୟୁ ସଂଖ୍ୟ ଏବଂ ସଂକ୍ରମଣ ମାମଲାରେ ଅତ୍ୟଧିକ ବୃଦ୍ଧି ଘଟିଥିଲା । ଆଇସିଏମଆର ଡିଜି ଡ. ବଳରାମ ଭାର୍ଗବ କହିଛନ୍ତି ଯେ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଗାଇଡ଼ ଲାଇନ ରହିଛି  କି ଗର୍ଭବତୀ ମହିଳାଙ୍କୁ ଟିକା ଦିଆଯାଇପାରିବ । ଟିକାକରଣ ଗର୍ଭବତୀ ମହିଳାଙ୍କ ପାଇଁ ଉପଯୋଗୀ ଅଟେ ଏବଂ ଏହାକୁ ଦେବା ଦରକାର ।ସୂଚନାଯୋଗ୍ୟ ଏପ୍ରିଲ- ମେ ମାସରେ କରୋନାର ଦ୍ୱିତୀୟ ଲହରର ତାଣ୍ଡବ ରଚିଥିଲା । ଏହି ସମୟରେ ଦୈନିକ ସଂକ୍ରମଣ ମାମଲାରେ ରେକର୍ଡ ସଂଖ୍ୟକ ବୃଦ୍ଧି ଘଟିଥିଲା । ଅବଶ୍ୟ ଏହି ମାତ୍ରାରେ ଏବେ ହ୍ରାସ ଦେଖିବାକୁ ମିଳିଛି । ସେପଟେ ସରକାର ତୃତୀୟ ଲହର ସହ ଲଢ଼େଇ ପାଇଁ ପ୍ରସ୍ତୁତ ହେଉଛନ୍ତି ।

Get real time updates directly on you device, subscribe now.