fbpx

ପୂର୍ବତନ ପୋଲିସ ଅଧିକାରୀ ଓ ତାଙ୍କ ପତ୍ନୀଙ୍କୁ ହତ୍ୟା, ଘରେ ପଶି ଆତଙ୍କବାଦୀଙ୍କ ତାଣ୍ଡବ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରେ ଆତଙ୍କବାଦୀଙ୍କ ବର୍ବରତାର ସୀମା ଟପିଛି । ପୁଲୱାମା ଜିଲ୍ଲାର ହରିପରିଗାମ ଗ୍ରାମର ଜଣେ ପୂର୍ବତନ ପୋଲିସ ଅଧିକାରୀଙ୍କ ଘରେ ପଶି ଆତଙ୍କରାଜ ରଚିଛନ୍ତି ଆତଙ୍କବାଦୀ । ଏହି ହମଲାରେ ପୂର୍ବତନ ପୋଲିସ ଅଧିକାରୀ ଓ ତାଙ୍କର ପତ୍ନୀଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କର ଝିଅ ଗୁରୁତର ହୋଇଛନ୍ତି । ଆତଙ୍କବାଦୀମାନେ ପୂର୍ବତନ ପୋଲିସ ଅଧିକାରୀ ଫୈୟାଜ ଅହମ୍ମଦଙ୍କ ଘରେ ପଶି ଆଖିବୁଜା ଗୁଳି ବର୍ଷଣ କରିଥିଲେ । ଘଟଣାସ୍ଥଳରେ ଫୈୟାଜଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ତ୍ରୀ ପତ୍ନୀ ଓ ଝିଅଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିଲା ।

ସୂଚନାଯୋଗ୍ୟ ଯେ, ଆତଙ୍କବାଦୀମାନେ ଗତକାଲି ସକାଳେ ଜମ୍ମୁ ଏୟାରବେସରେ ବିସ୍ଫୋରଣ ଘଟାଇଥିଲେ । ରାତି ୧.୩୭ ମିନିଟ ସମୟରେ ପ୍ରଥମ ବିସ୍ଫୋରଣ ଓ ୧.୪୩ ମିନିଟରେ ଦ୍ୱିତୀୟ ବିସ୍ଫୋରଣ ଘଟିଥିଲା । ସୁରକ୍ଷାକର୍ମୀମାନେ ବିମାନବନ୍ଦରରୁ ଏକ ଅଫୁଟା ବୋମା ଉଦ୍ଧାର କରିଥିଲେ । ଭାରତୀୟ ସାମରିକ ପ୍ରତିଷ୍ଠାନ ଉପରେ ପ୍ରଥମ ଥର ପାଇଁ ଆତଙ୍କବାଦୀମାନେ ଡ୍ରୋନ୍ ଆକ୍ରମଣ କରିଥିଲେ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଲଦାଖ ଗସ୍ତ ବେଳେ ଏହି ଆକ୍ରମଣ ପଛରେ ଆତଙ୍କବାଦୀଙ୍କ କୌଣସି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଥିବା ସନ୍ଦେହ କରାଯାଉଛି । ତେବେ ଆତଙ୍କବାଦୀଙ୍କ ଏହି ହିଂସାତ୍ମକ ତଥା ଘୃଣ୍ୟ କାର୍ଯ୍ୟକୁ ନିନ୍ଦା କରିଛନ୍ତି ଜମ୍ମୁ କଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ।

Get real time updates directly on you device, subscribe now.