fbpx

ଭାରତରେ ପୁରୁଷଙ୍କ ତୁଳନାରେ କମ୍ ମହିଳା ନେଉଛନ୍ତି କରୋନା ଟିକା

ନୂଆଦିଲ୍ଲୀ: ଭାରତରେ ଜାନୁଆରୀ ୧୬ ଠାରୁ ଆରମ୍ଭ ହୋଇଛି ଟିକାକରଣ । ୧୨ରୁ ୨୯ ଜୁନ ମଧ୍ୟରେ ଆଠ ଦିନରେ ଭାରତରେ କାନାଡାର ଜନସଂଖ୍ୟାଠାରୁ ଅଧିକ ଲୋକଙ୍କୁ ଟିକା ଦଆଯାଇଛି । ଏବେ କେନ୍ଦ୍ର ସରକାର ଭାକ୍ସିନ୍ ନିର୍ମାତାଙ୍କ ଠାରୁ ୭୫ ପ୍ରତିଶତ ଭାକ୍ସିନ୍ କିଣୁଛନ୍ତି ଏବଂ ଏହାକୁ ରାଜ୍ୟ ସରକାରଙ୍କୁ ଯୋଗାଉଛନ୍ତି ଏହାଦ୍ୱାରା ଟିକାକରଣ ପ୍ରକ୍ରିୟା ତୀବ୍ର ହୋଇପାରିବ ଏବଂ ସମସ୍ତେ ଟିକା ଖୁବ ଶୀଘ୍ର ପାଇପାରିବେ । ତେବେ ଟିକାକରଣ ରେ ପୁରୁଷ-ମହିଳା ଅନୁପାତ ମଧ୍ୟରେ ପାର୍ଥକ୍ୟ ଚିନ୍ତାର ବିଷୟ ରହିଛି ।

ସେହିଭଳି ପୁରୁଷ-ମହିଳା ଅନୁପାତ କହିବାକୁ ଗଲେ ସରକାରୀ ପରିସଂଖ୍ୟାନରୁ ଜଣାପଡୁଛି ଟିକାକରଣରେ ପୁରୁଷଙ୍କ ତୁଳନାରେ ମହିଳା ପଛରେ ଅଛନ୍ତି । ଟିକାକରଣ ଅଭିଯାନ ଆରମ୍ଭରୁ ଏପର୍ଯ୍ୟନ୍ତ ସମୁଦାୟ ୧୪.୯୯ କୋଟି ମହିଳାଙ୍କୁ ଡୋଜ ଦିଆଯାଇଛି, ଯାହା ଟିକାକରଣ ପ୍ରକ୍ରିୟାର ସମୁଦାୟ ୪୬ ପ୍ରତିଶତ । ସେହିଭଳି ପୁରୁଷଙ୍କୁ ପ୍ରାୟ ୧୭.୮ କୋଟି ଡୋଜ ଦିଆସରିଛି, ଯାହା ଏପର୍ଯ୍ୟନ୍ତ ହୋଇଥିବା ଟିକାକରଣର ୫୪ ପ୍ରତିଶତ ଅଟେ ।

ମହିଳାଙ୍କ ସଂଖ୍ୟା କମିବାର ସମ୍ଭାବିତ କାରଣ:
ଯେତେବେଳେ ଜାନୁଆରୀ ୧୬ରେ ଟିକାକରଣ ଆରମ୍ଭ ହୋଇଥିଲା ସେତେବେଳେ ଗର୍ଭବତୀ ଏବଂ ସ୍ତନ୍ୟପାନ କରୁଥିବା ମହିଳାଙ୍କୁ ଟିକା ନନେବାକୁ କୁହାଯାଇଥିଲା । ବିଶେଷଜ୍ଞଙ୍କ ଅନୁସାରେ ଏହାକୁ ହିଁ ମହିଳା-ପୁରୁଷ ଅନୁପାତର ପାର୍ଥକ୍ୟର ମୁଖ୍ୟ କାରଣ କୁହାଯାଉଛି । ଏହାଛଡ଼ା ଅନେକ ଗୁଜବ ମଧ୍ୟ ପ୍ରଚାର ହୋଇଥିଲା ଯେ ମହିଳାମାନେ ଋତୁସ୍ରାବ ସମୟରେ ଟିକା ନେଇପାରିବେ ନାହିଁ ଆହୁରି ମଧ୍ୟ ଗୁଜବ ହୋଇଥିଲା ଯେ ଟିକା ଦ୍ୱାରା ପ୍ରଜନନ କ୍ଷମତା ପ୍ରଭାବିତ ହୋଇଥାଏ । ଏହି ସବୁ ଗୁଜବ ଯୋଗୁଁ ମହିଳାମାନେ ଟିକା ନେବାକୁ ପଛାଉଛନ୍ତି ।

ନୀତି ଆୟୋଗ ସଦସ୍ୟ ଡ.ପଲ ମଙ୍ଗଳବାର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସମ୍ବାଦିକ ସମ୍ମିଳନୀରେ କହିଛନ୍ତି ପୁରୁଷ ଏବଂ ମହିଳା ଉଭୟଙ୍କ ଉପରେ କୋଭିଡ୍ ଟିକା ପ୍ରଜନନ କ୍ଷମତା ଉପରେ କୋଣସି ପ୍ରଭାବ ପକାଇନଥାଏ । ପରୀକ୍ଷଣ ସମୟରେ ଏହି ସବୁ ବିଷୟରେ ଯାଞ୍ଚ କରାଯାଇଥାଏ । ତେବେ ଲିଙ୍ଗ ଅନୁପାତରେ ପାର୍ଥକ୍ୟକୁ ନେଇ ନୀତି ଆୟୋଗ ସଦସ୍ୟ ଭି.କେ ପଲ୍ କହିଛନ୍ତି ଟିକାକରଣ ବୁଥକୁ ଆସୁଥିବା ମହିଳାଙ୍କ ସଂଖ୍ୟା ବଢ଼ିବା ଦରକାର ଏହା ଫଳରେ ସୁଧାର ଆସିବ ।

Get real time updates directly on you device, subscribe now.