fbpx
BSKY
BJD SHG SKY
BJD YOUTH SKY

ରାସ୍ତ।କଡରୁ ମିଳିଥିବା ଛୁଆକୁ ଛଡେଇ ନେଲା ପୋଲିସ; ସୁର ସାଜିଲେ ତ୍ରାଣକର୍ତ୍ତା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ପଟିଆ ସ୍ଥିତ ଇନଫୋସିଟି ଥାନା ଅଧୀନରେ ଜନୈକ ଦମ୍ପତ୍ତିଙ୍କ ଛୁଆକୁ ପୋଲିସ ଛଡେଇ ନେଇଛି । ତେବେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ହସ୍ତକ୍ଷେପ ପରେ ପୁନର୍ବାର ଶିଶୁଟିର ଲାଳନ ପାଳନ ଅଧିକାର ପାଇବାକୁ ଯାଉଛନ୍ତି ଏହି ଦମ୍ପତ୍ତି । ପଟିଆ ଛକ ହନୁମାନ ମନ୍ଦିରର ପୂଜାରୀ ଶତ୍ରୁଘ୍ନ ମିଶ୍ର ଓ ସ୍ତ୍ରୀ ନିରୂପମା ମିଶ୍ର ତିନି ଦିନ ପୂର୍ବରୁ ରାତି ୯ଟାରେ ଏକମାସର ଏକ ଶିଶୁ ପାଇଥିଲେ । ପୂଜକଙ୍କ ଦୋକାନ ସମ୍ମୁଖରେ ପିଲାଟିକୁ କେହି ପରିତ୍ୟକ୍ତ ଅବସ୍ଥାରେ ଛାଡି ପଳାଇଥିଲେ । ପିଲାଟିକୁ ପାଇବା ପରେ ତୁରନ୍ତ କମିଶନରେଟ ପୋଲିସକୁ ଜଣାଇଥିଲେ ଏହି ଦମ୍ପତ୍ତି । ଇନଫୋସିଟି ଥାନା ପୋଲିସ ଘଟଣାସ୍ଥଳକୁ ଆସିବା ପରେ ଦମ୍ପତ୍ତିଙ୍କ ସହିତ ଶିଶୁକୁ ଥାନାକୁ ନେଇଥିଲେ ।

ଇନଫୋସିଟି ଥାନାରୁ ଶିଶୁଟିକୁ ଚାଇଲ୍ଡଲାଇନକୁ ହସ୍ତାନ୍ତର କରାଯାଇଥିଲା । ତେବେ ଶିଶୁଟିର ସମ୍ପୂର୍ଣ୍ଣ ଦାୟିତ୍ୱ ନେବା ପାଇଁ ଆଗ୍ରହୀ ଥିବା ପ୍ରକାଶ କରିଥିଲେ ଦମ୍ପତ୍ତି । ମାତ୍ର ପୋଲିସ ଏବଂ ଚାଇଲ୍ଡ ଲାଇନ୍ କର୍ତ୍ତୃପକ୍ଷ ଦମ୍ପତ୍ତିଙ୍କ ଅନୁରୋଧ ପ୍ରତି କର୍ଣ୍ଣପାତ କରିନଥିଲେ । ଏପରିକି ଛୁଆଟିକୁ ଅନଲାଇନରେ ୫୦ ହଜାର ଟଙ୍କାରେ ବିକିବା ପାଇଁ ଚାଇଲ୍ଡ ଲାଇନ୍ କର୍ତ୍ତୃପକ୍ଷ କହିଥିଲେ । ଶେଷରେ ଜଟଣୀ ବିଧାୟକ ସୁର ରାଉତରାୟଙ୍କ ହସ୍ତକ୍ଷେପ ପରେ ଶିଶୁକୁ ହସ୍ତାନ୍ତର କରିବା ପାଇଁ କମିଶନରେଟ ପୋଲିସ୍ କର୍ତ୍ତୃପକ୍ଷ ରାଜି ହୋଇଥିବା ଜଣାପଡିଛି । ଏ ସମ୍ପର୍କରେ ରହିଥିବା ଆଇନଗତ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପରେ ଶିଶୁ ଟିକୁ ହସ୍ତାନ୍ତର କରାଯିବ ବୋଲି ଡିସିପିଙ୍କୁ ଭେଟିବା ପରେ କହିଛନ୍ତି ସୁରେଶ ରାଉତରାୟ ।

Get real time updates directly on you device, subscribe now.