fbpx

ସୋସିଆଲ ମିଡିଆ ପାଇଁ ଗାଇଡଲାଇନ୍ ଜାରି, ନମାନିଲେ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ପାଇଁ ଗାଇଡଲାଇନ୍ ଜାରି କରିଛି କ୍ରାଇମବ୍ରାଞ୍ଚ । ଆକାଉଣ୍ଟ ଖୋଲିବା ବେଳେ ଗୋପନୀୟତା ନୀତି ଭଲ ଭାବରେ ପଢ଼ିବାକୁ ଗାଇଡଲାଇନରେ କୁହାଯାଇଛି । ଏହା ସହିତ ସୋସିଆଲ ମିଡିଆରେ ନିଜର ଅତି ଗୋପନୀୟ ତଥ୍ୟ ନଦେବାକୁ ପରାମର୍ଶ ଦିଆଯାଇଛି ।

ସେହିପରି ଅଜଣା ବ୍ୟକ୍ତିଙ୍କୁ ବନ୍ଧୁ କରନ୍ତୁ ନାହିଁ । ଖରାପ ତଥ୍ୟ ଓ ମତ ଦିଅନ୍ତୁ ନାହିଁ । ଜଣେ ବ୍ୟକ୍ତି ଏକାଧିକ ଆକାଉଣ୍ଟ ଖୋଲନ୍ତୁ ନାହିଁ । ମେସେଜ୍ ଫରୱାର୍ଡ ପୂର୍ବରୁ ସାବଧାନ ଓ ସତର୍କ ରୁହନ୍ତୁ । ମାଗଣା ୱାଇଫାଇ ବ୍ୟବହାର ବେଳେ ସାବଧାନତା ଅବଲମ୍ବନ କରନ୍ତୁ । ଆପଣଙ୍କ ପାଖକୁ ଆସୁଥୀବା ଲିଙ୍କ, ଭିଡିଓ ତଥା ଅଡିଓ ଫାଇଲକୁ ଭଲ ଭାବେ ଯାଞ୍ଚ କରନ୍ତୁ । କୌଣସି ଅଜଣା ଲିଙ୍କକୁ କ୍ଲିକ୍ କରନ୍ତୁ ନାହିଁ । ଅଜଣା ମେଲରୁ ଡାଉନଲୋଡ କରନ୍ତୁ ନାହିଁ । କାରଣ ଏଥିରେ ଭାଇରସ୍ ରହିଥାଇପାରେ ଓ ଆପଣଙ୍କ ତଥ୍ୟ ଚୋରି ହୋଇପାରେ ବୋଲି ଓଡ଼ିଶା ପୋଲିସ ପକ୍ଷରୁ ଟ୍ୱିଟ୍ ମାଧ୍ୟମରେ କୁହାଯାଇଛି ।

Get real time updates directly on you device, subscribe now.