fbpx
BSKY
BJD SHG SKY
BJD YOUTH SKY

(Video) ପୁଅ ଦ୍ୱିତୀୟ ଥର ବାହା ହେଉଥିଲା; ଜେଲକୁ ଘୋଷାଡ଼ି ଘୋଷାଡ଼ି ନେଇଗଲା ବାପା…

ଭଦ୍ରକ: ଦ୍ୱିତୀୟ ଥର ପୁଅ ବାହା ହେଉଥିଲା। ଲୁଚି ଲୁଚି କୋର୍ଟରେ ମ୍ୟାରେଜ କରୁଥିଲା। ହେଲେ ଖବର ପାଇ ପହଞ୍ଚି ଯାଇଥିଲେ ବାପା। ଆଉ ତାପରେ କିଛି ଏମିିତି ଦୃଶ୍ୟ ଦେଖିବାକୁ ମିଳିଛି। ପୁଅର ସାର୍ଟକୁ ଧରି ଘୋଷାଡ଼ି ଘୋଷାଡ଼ି ଆଣୁଛି ବାପା। କହୁଛି ତୋର ସାହାସ କେମିତି ହେଲା ମୋ ବୋହୁକୁ ଧୋକା ଦେବା ପାଇଁ। ମୋ ବୋହୁ ନାତିକୁ ଛାଡ଼ି ତୁ ଦ୍ୱିତୀୟ ବିବାହ କରିବାକୁ ଯାଉଥିଲୁ। କେବେ ହେଲେ କ୍ଷମା ଦେବି ନାହିଁ। ତୋର ସ୍ଥାନା ଜେଲରେ । ଏମିତି କହି ପୁଅକୁ ଘୋଷାଡ଼ ଘୋଡ଼ାଡ଼ି ଆଣି ଜେଲରେ ଛାଡିଲା ବାପା। ଏମିତି ଶ୍ୱଶୁର ଜଗତରେ ନାହିଁ। ଯେଉଁ ସମୟରେ ବୋହୁ ମାନଙ୍କର ଶାଶୁ ଶ୍ୱଶୁର ଯୌତକୁତ ନିର୍ଯ୍ୟାତନା ଦେଉଛନ୍ତି ସେହି ସମୟରେ ବୋହୁର ସାଥ ଦେଇଛନ୍ତି ଏମିତି ଜଣେ ଶ୍ୱଶୁର ବାପା। ବୋହୁର ଜୀବନ ନଷ୍ଟ ହେବାରୁ ବଞ୍ଚାଇ ଦେଇଛନ୍ତି। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ବାସୁଦେବପୁର ଥାନା ଅଞ୍ଚଳରେ। ଟିକେ ଏହି ଦୃଶ୍ୟକୁ ଦେଖନ୍ତୁ କେମିତି ବାପା ତାଙ୍କ ପୁଅକୁ ଜେଲକୁ ନେଇ ଆସୁଛନ୍ତି। ସାଙ୍ଗରେ ରହିଛନ୍ତି ବାହା ହେବାକୁ ଯାଉଥିବା ଦ୍ୱିତୀୟ ସ୍ତ୍ରୀ। ବାପାର ଏଭଳି ସାବାଡ଼ ପଣିଆକୁ ସମସ୍ତେ ଦେଖିଛନ୍ତି। ଏବୋହୁ ଜଣଙ୍କ ଏଭଳି ଶ୍ୱଶୁରଙ୍କୁ ପାଇ ଆଜି ନିଜକୁ ବହୁତ ଗର୍ବ ଅନୁଭବ କରୁଥିବେ। କହୁଥିବେ ଏମିତି ଶ୍ୱଶୁର ଦୁନିଆର ସବୁ ବୋହୁ ମାନଙ୍କ ମିଳୁ।

ତେବେ ଅଭିଯୋଗ ମୁତାବିକ ଏଡ଼ତାଳ ଗାଁର ବିଷ୍ଣୁମୋହନ ଜେନାଙ୍କ ପୁଅ ଅଜୟ କୁମାର ଜେନା ୧୦ ବର୍ଷ ତଳେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଅଜୟଙ୍କର ୧୦ ବର୍ଷର ଏକ ପୁତ୍ର ସନ୍ତାନ ମଧ୍ୟ ରହିଛନ୍ତି। କିନ୍ତୁ ସମୟ କ୍ରମେ ଅନୈତିକ ସମ୍ପର୍କରେ ଲିପ୍ତ ହୋଇଥିଲେ ଅଜୟ। ଚାନ୍ଦିମାଳ ଅଞ୍ଚଳର ଉକ୍ତ ସ୍ତ୍ରୀ ଲୋକ ସହ ପ୍ରେମ ବିବାହ କରିବାକୁ ମନସ୍ତ କରିଥିଲେ। ଦିନ ଧାର୍ଯ୍ୟ ଅନୁସାରେ କୋର୍ଟରେ ପହଞ୍ଚିଥିଲେ ବାହାଘର ପାଇଁ। ହେଲେ ଏନେଇ ପ୍ରଥମ ସ୍ତ୍ରୀ ଖବର ପାଇଲା ପରେ ନି ଶ୍ୱଶୁରଙ୍କୁ କାନ୍ଦି କାନ୍ଦି ଜଣାଇଥିଲେ। ଯାହାପରେ ପୁଅର ଏଭଳି କାର୍ଯ୍ୟକୁ ଦେଖି ରାଗରେ ସହି ପାରି ନଥିଲେ। ଶ୍ୱଶୁର ବାପା ପୁଅକୁ ଘୋଷାଡ଼ି ଘୋଷାଡ଼ି ବାସୁଦେବପୁର ଥାନାକୁ ଆଣିଥିଲେ। ସେପଟେ ଜଦି ଦେଖିବା ଗୋଟିଏ ବାପାର ଏଭଳି କାର୍ଯ୍ୟ ପାଇଁ ସେ ଉଦାହରଣ ପାଲଟିଛନ୍ତି। ସେ ଦେଖାଇ ଦେଇଛନ୍ତି କି ବୋହୁ ତାଙ୍କ ପାଇଁ ତାଙ୍କର ସବୁ କିଛି। ବୋହୁ ହେଉଛି ଘରର ଲକ୍ଷ୍ମୀ। ଯାହାଙ୍କୁ ସୁରକ୍ଷା ଦେବା ଗୋଟିଏ ଶ୍ୱଶୁରର ବି କର୍ତ୍ତବ୍ୟ। ଏଭଳି ଶ୍ୱଶୁର ଆଜି ସବୁଆଡ଼ୁ ପ୍ରଶଂସା ସାଉଣ୍ଟିଛନ୍ତି। ଗୋଟିଏ ପୁଅ ପାଇଁ ବାପା ଅବଶ୍ୟ ଖରାପ ହୋଇଯାଇପାରେ ହେଲେ ଆଜି ଗୋଟିଏ ବୋହୁ ଆଗରେ ଶ୍ୱଶୁର ହିରୋ ପାଲଟି ଯାଇଛନ୍ତି।

Get real time updates directly on you device, subscribe now.