fbpx
BSKY
BJD SHG SKY
BJD YOUTH SKY

ଟି-୨୦ କ୍ରିକେଟରେ ସର୍ବଶ୍ରେଷ୍ଠ ମ୍ୟାଚ୍: ୬ ବ୍ୟାଟର ୦ରେ ଆଉଟ, ଦେଖନ୍ତୁ ମ୍ୟାଚ ରେଜଲ୍ଟ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଟି-୨୦ ଫର୍ମାଟ କ୍ରିକେଟ ଖୁବ ଲୋକପ୍ରିୟତା ହାସଲ କରିଛି । ଏହି ଫର୍ମାଟରେ ମ୍ୟାଚର ପତ୍ୟେକ ବଲ୍ ସମ୍ପୂର୍ଣ୍ଣ ଇନିଂସର ଗତିପଥ ବଦଳାଇ ଦେଇଥାଏ । ସେଥିପାଇଁ ଟି-୨୦ ମ୍ୟାଚରେ ପ୍ରତି ଓଭରରେ ଟ୍ୱିଷ୍ଟ ଦେଖିବାକୁ ମିଳେ । ବିଶେଷ କରି ଏହି ଫର୍ମାଟରେ ଛକା-ଚୌକା ବର୍ଷା ବୃଷ୍ଟି ହୋଇଥାଏ । କିନ୍ତୁ ବର୍ତ୍ତମାନ ଶେଷ ହୋଇଥିବା ଏକ ଟି-୨୦ ମ୍ୟାଚ୍ ବୋଲରଙ୍କ ପାଇଁ ଐତିହାସିକ ମ୍ୟାଚ ପାଲଟିଯାଇଛି । ଏହି ଇନିଂସରେ ଦଳର ୬ ଜଣ ବ୍ୟାଟର ଖାତା ଖୋଲିବା ପୂର୍ବରୁ ହିଁ ପାଭିଲିୟନ ପେରିଛନ୍ତି ।

ଏଭଳି ଏକ ଐତିହାସିକ ମ୍ୟାଚ ମଙ୍ଗୋଲିଆ ଏବଂ ଜାପାନ ମଧ୍ୟରେ ଦେଖିବାକୁ ମିଳିଛି । ମଙ୍ଗୋଲିଆ ବର୍ତ୍ତମାନ ଜାପାନ ଗସ୍ତରେ ଥିବା ବେଳେ ଉଭୟ ଦଳ ମଧ୍ୟରେ ୭ଟି ଟି-୨୦ ମ୍ୟାଚ ଖେଳାଯିବାର ସୂଚୀ ରହିଛି । ତେବେ ସିରିଜର ଦ୍ୱିତୀୟ ମ୍ୟାଚ ଏକ ଇତିହାସ ସୃଷ୍ଟି କରିଛି । ଜାପାନ ପ୍ରଥମ ବ୍ୟାଟିଂ କରି ମଙ୍ଗୋଲିଆକୁ ୨୧୮ ରନର ବିଶାଳ ଲକ୍ଷ୍ୟ ଦେଇଥିଲା । ତେବେ ଦ୍ୱିତୀୟ ଇନିଂସରେ ଜାପାନ ବୋଲରଙ୍କ ଆଗରେ ଫିକା ପଡ଼ିଛି ମଙ୍ଗୋଲିଆ ବ୍ୟାଟିଂ ବିଭାଗ ଫିକା ପଡ଼ିଛି । ଦଳର ୬ ଜଣ ବ୍ୟାଟର ୦ ରନରେ ହିଁ ନିଜ ୱିକେଟ ହରାଇଛନ୍ତି । ବାକି ୪ ଜଣ ଖେଳାଳି ମିଶି ମୋଟ ୧୧ ରନ୍ କରିବାରେ ସଫଳ ହୋଇଛନ୍ତି । ଅର୍ଥାତ୍ ମଙ୍ଗୋଲିଆ ଦଳ ମାତ୍ର ୧୨ ରନରେ ହିଁ ଅଲଆଉଟ ହୋଇ ପାଭିଲିୟନ୍ ଫେରିଛି । ୪ ଜଣ ଖେଳାଳି କ୍ରମଶଃ ୨,୧,୪ ଏବଂ ୨ ରନ୍ କରି ପାଭିଲିୟନ୍ ପେରିଥିବା ବେଳେ ଶେଷ ଖେଳାଳି ୦ ରନରେ ନଟ୍ ଆଉଟ୍ ରହିଛନ୍ତି । ଏହାସହିତ ଟି-୨୦ ଫର୍ମାଟରେ ସବୁଠାରୁ କମ୍ ରନରେ ଅଲଆଉଟ ହୋଇଥିବା ଦଳ ଭାବରେ ଲଜ୍ଜାଜନକ ରେକର୍ଡ କରିଛି ମଙ୍ଗୋଲିଆ ।

ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଜାପାନ ୨୧୭ ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ମଙ୍ଗୋଲିଆ ମାତ୍ର ୧୨ ରନରେ ହିଁ ଅଲଆଉଟ ହୋଇଥିବା ବେଳେ ୬୮ ବଲ ବାକି ଥାଇ ୨୦୫ ରନରେ ବିଜୟୀ ହୋଇଛି ଜାପାନ । ତେବେ ଜାପାନର ଜଣେ ବୋଲର ଏହି ମ୍ୟାଚରେ ୫ଟି ୱିକେଟ ନେବାରେ ସଫଳ ହୋଇଛନ୍ତି । ତେବେ ଟି-୨୦ ଇଣ୍ଟନେସନାଲ କ୍ରିକେଟରେ ଏହା ଦ୍ୱିତୀୟ ସବୁଠାରୁ କମ୍ ସ୍କୋର ଭାବରେ ରେକର୍ଡ ହୋଇଛି । ଗତବର୍ଷ ଆଇଲ ଅଫ୍ ମେନ୍ ଟିମ୍ ସ୍ପେନ୍ ବିପକ୍ଷରେ ମାତ୍ର ୧୦ ରନରେ ଅଲଆଉଟ ହୋଇ ତାଲିକାର ଶୀର୍ଷରେ ରହିଛି ।

Get real time updates directly on you device, subscribe now.