fbpx

ଖୁସି ଖବର : DELTA ଭାରିଆଣ୍ଟ ବିପକ୍ଷରେ ପ୍ରଭାବଶାଳୀ କୋଭାକ୍ସିନ୍

ହାଇଦ୍ରାବାଦ: ପ୍ରଥମ ଭାରତୀୟ କରୋନା ଟିକା କୋଭାକ୍ସିନକୁ ନେଇ ଆଉ ଏକ ଖୁସି ଖବର । କରୋନା ଭାଇରସର ପରିବର୍ତ୍ତିତ ରୂପ DELTA ଭାରିଆଣ୍ଟ ବିପକ୍ଷରେ ଲଢିବାରେ ଏହି ସ୍ୱଦେଶୀ ଟିକା ସଫଳ ବୋଲି ରିପୋର୍ଟ ପ୍ରକାଶ ପାଇଛି । ଆମେରିକୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ବୁଧବାର ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ କୋଭାକ୍ସିନ୍ ଟିକା ଅତ୍ୟନ୍ତ ସହଜରେ ଆଲ୍ଫା ଓ ଡେଲ୍ଟା ଭୂତାଣୁକୁ ନିପାତ କରିବାରେ ସଫଳ ହୋଇଛି ।

କୋଭାକ୍ସିନ୍ ଟିକା ନେଇଥିବା ଲୋକଙ୍କ ରକ୍ତନମୂନା ପରୀକ୍ଷଣୁ ଏହି ତଥ୍ୟ ସମ୍ମୁଖକୁ ଆସିଛି । କରୋନାର ALFA ଭାରିଆଣ୍ଟ (B.1.1.7) ଓ DELTA ଭାରିଆଣ୍ଟ (ବି.୧.୬୧୭) ଭୂତାଣୁକୁ ରକ୍ତ ନମୂନାରେ ସାମିଲ କରାଯାଇଥିବା ବେଳେ କୋଭାକ୍ସିନ୍ ସଫଳ ହୋଇଥିବା ଜଣାପଡିଛି । ପ୍ରାୟ ୨୫୮୦୦ଟି ନମୂନା ଉପରେ ପରୀକ୍ଷଣ ପରେ ଏହି ତଥ୍ୟ ସାମ୍ନାକୁ ଆସିଛି । ଏହା ପୂର୍ବରୁ ଉଭୟ କୋଭାକ୍ସିନ୍ ଓ କୋଭିସିଲ୍ଡ ALFA , BETA, GAMA ଭାରିଆଣ୍ଟ ବିପକ୍ଷରେ ପ୍ରଭାବଶାଳୀ ବୋଲି ଆଇସିଏମଆର ପକ୍ଷରୁ କୁହାଯାଇଥିଲା ।
ଏହି ଖବର ଆସିବା ପରେ ଏହା ତୃତୀୟ ଲହର ପୂର୍ବରୁ ଉତ୍ସାହିତ କରିଛି । ଡେଲଟା ଭାରିଆଣ୍ଟ ଦେଶରେ ତୃତୀୟ ଲହରର କାରଣ ହୋଇପାରେ ବୋଲି ଅନୁମାନ କରାଯାଉଥିଲା । ଡେଲ୍ଟା ଭାରିଆଣ୍ଟକୁ କୋଭାକ୍ସିନ୍ ନିଷ୍ପ୍ରଭ କରିବାରେ ସକ୍ଷମ ହେବ ବୋଲି ଜଣାପଡିବା ପରେ ଭାରତରେ ତୃତୀୟ ଲହର ଏତେଟା ଭୟଙ୍କର ନହେବା ପାଇଁ ଆଶା କରାଯାଉଛି ।

Get real time updates directly on you device, subscribe now.