fbpx

ରାଜ୍ୟରେ ଆଂଶିକ ଲକଡାଉନ୍: ଜାଣନ୍ତୁ କ୍ୟାଟେଗୋରୀ A ଓ Bରେ କ’ଣ ଖୋଲା, କ’ଣ ବନ୍ଦ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣି ବଢ଼ିଛି ଆଂଶିକ ଲକଡାଉନ । ଜୁଲାଇ ୧୬ ଯାଏଁ ବଢ଼ିଲା ଆଂଶିକ ଲକଡାଉନ । ଏନେଇ ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର ଘୋଷଣା କରିଛନ୍ତି । ସମୁଦାୟ ୨୦ଟି ଜିଲ୍ଲାକୁ କ୍ୟାଟେଗୋରୀ Aରେ ରହିଥିବା ବେଳେ କ୍ୟାଟେଗୋରୀ Bରେ ୧୦ ଜିଲ୍ଳାକୁ ସ୍ଥାନିତ କରାଯାଇଛି । ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡାକୁ କ୍ୟାଟେଗୋରୀ Aରେ ସ୍ଥାନ ମିଳିଥିବା ବେଳେ କ୍ୟାଟେଗୋରୀ Bରେ ସ୍ଥାନ ପାଇଛନ୍ତି ନୟାଗଡ, ପୁରୀ,ଖୋର୍ଦ୍ଧା, କଟକ,ମୟୂରଭଞ୍ଜ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର ।

କାଟାଗୋରୀ ଏ ରେ କ’ଣ ଖୋଲା?

କାଟାଗୋରୀ ଏ ରେ ଥିବା ଥିବା ୨୦ ଜିଲ୍ଲାରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲାରହିବ ସମସ୍ତ ଦୋକାନ । ମଲ୍, ସ୍ପା, ସିନେମା ହଲ୍ ଓ ବିୟୁଟି ପାର୍ଲର ବନ୍ଦ ରହିବ । ଏହି ଜିଲ୍ଲାରେ ପବ୍ଲିକ ଟ୍ରାନ୍ସପୋର୍ଟକୁ ମିଳିଲା ଅନୁମତି । ତେବେ କେବଳ ସିଟ୍ ଅନୁଯାୟୀ ଯାତ୍ରୀ ନେଇପାରିବେ । ସପ୍ତାହାନ୍ତ ସଟଡାଉନ ରହିବ ନାହିଁ । କିନ୍ତୁ ସନ୍ଧ୍ୟା ୬ଟାରୁ ସକାଳ ୬ଟା ଯାଏଁ ରହିବ ନାଇଟ କର୍ଫ୍ୟୁ । ପୂର୍ବବତ ହୋଟେଲ ବନ୍ଦ ରହିବ କିନ୍ତୁ ଖାଇବା ପାର୍ଶଲ ନେବାକୁ ଅନୁମତି ପ୍ରଦାନ କରାଯାଇଛି ।ଏହି ସବୁ ଜିଲ୍ଲାରେ ଆଉଟଡୋର ଏବଂ ଇନଡୋର ଫିଲ୍ମ ସୁଟିଂ ମଧ୍ୟ ହୋଇପାରିବ । ସାପ୍ତାହିକ ହାଟ ଖୋଲିପାରିବ । ଛୋଟ ଛୋଟ ସେଲୁନ ଖୋଲିପାରିବ ।

କାଟାଗୋରୀ ବି କ’ଣ ଖୋଲା?

କାଟାଗୋରୀ ବିରେ ଥିବା ୧୦ ଜିଲ୍ଲାରେ ସକାଳ ୬ରୁ ଦିନ ୨ଟା ପର୍ଯ୍ୟନ୍ତ ଖୋଲିାରିବ ସମସ୍ତ ଦୋକାନ । ମଲ୍, ସ୍ପା, ସିନେମା ହଲ୍ ଓ ବିୟୁଟି ପାର୍ଲର ବନ୍ଦ ରହିବ । କେବଳ ଛୋଟ ଛୋଟ ସେଲୁନ ଖୋଲିପାରିବ। ଏହା ସହିତ ପୂର୍ବବତ ହୋଟେଲ ବନ୍ଦ ରହିବ କିନ୍ତୁ ଖାଇବା ପାର୍ଶଲ ନେବାକୁ ଅନୁମତି ପ୍ରଦାନ କରାଯାଇଛି ।  ଏହି ୧୦ ଜିଲ୍ଲାରେ କେବଳ ଆଉଟଡୋର ସୁଟିଂକୁ ଅନୁମତି । ସାପ୍ତାହିକ ହାଟ ଖୋଲିପାରିବ ନାହିଁ । ଏହି ୧୦ ଜିଲ୍ଲାରେ ପୂର୍ବବତ ସପ୍ତାହାନ୍ତ ସଟଡାଉନ ରହିବ ।

Get real time updates directly on you device, subscribe now.