fbpx
BSKY
BJD SHG SKY
BJD YOUTH SKY

ସମଗ୍ର ରାଜ୍ୟରେ ବଦଳିଲା ନାଇଟ୍ କର୍ଫ୍ୟୁ ସମୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ୍ ଗାଇଡଲାଇନ୍ ଘୋଷଣା କରାଯାଇଛି । ରାଜ୍ୟରେ ଆଂଶିକ ଲକଡାଉନ ଜୁଲାଇ ମାସ ୧୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏନେଇ ଆଜି ଘୋଷଣା କରିଛନ୍ତି । ସମଗ୍ର ରାଜ୍ୟରେ ନାଇଟ୍ କର୍ଫ୍ୟୁ ସନ୍ଧ୍ୟା ୬ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଜାରି ରହିବ ବୋଲି କୁହାଯାଇଛି ।

କାଟେଗୋରୀ ‘ଏ’ ଥିବା ୨୦ ଜିଲ୍ଲାରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ, ମଲ୍, ସ୍ପା, ପାର୍ଲର ଆଦି ଖୋଲା ରହିବ । ଏହି ଜିଲ୍ଲାରେ ଯାନବାହାନକୁ ଅନୁମତି ଦିଆଯାଇଛି । ତେବେ ବସ ମାଲିକମାନେ କେବଳ ସିଟ୍ ଅନୁଯାୟୀ ଯାତ୍ରୀ ନେଇପାରିବେ । ସପ୍ତାହାନ୍ତ ସଟଡାଉନ ରହିବ ନାହିଁ, କିନ୍ତୁ ସନ୍ଧ୍ୟା ୬ଟାରୁ ସକାଳ ୬ଟା ଯାଏଁ ରହିବ ନାଇଟ କର୍ଫ୍ୟୁ । ଏହି ସବୁ ଜିଲ୍ଲାରେ ଆଉଟଡୋର ଏବଂ ଇନଡୋର ଫିଲ୍ମ ସୁଟିଂ ମଧ୍ୟ ହେବା ସହ ଛୋଟ ଛୋଟ ସେଲୁନ୍ ଖୋଲା ରହିବ ।

ସେହିପରି କାଟେଗୋରୀ ବିରେ ଥିବା ୧୦ ଜିଲ୍ଲାରେ ସକାଳ ୬ରୁ ଦିନ ୨ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ଖୋଲା ରହିବ । । ମଲ୍, ସ୍ପା, ପାର୍ଲର ବନ୍ଦ ରହିବା ସହ ଛୋଟ ସେଲୁନ୍ ଖୋଲା ରହିବ । ଏହି ୧୦ ଜିଲ୍ଲାରେ ଆଉଟଡୋର ସୁଟିଂକୁ ଅନୁମତି ଦିଆଯାଇଥିବା ଜଣାପଡ଼ିଛି । ଉଭୟ କାଟେଗୋରୀରେ ସମସ୍ତ ଜରୁରୀକାଳୀନ ସେବାକୁ ଅନୁମତି ଦିଆଯିବା ସହ ବାହାଘର, ଶୁଦ୍ଧିକ୍ରିୟା ପାଇଁ ପୂର୍ବରୁ ଥିବା ନିୟମ ବଳବତ୍ତର ରହିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.