fbpx
BSKY SKY
BSKY SKY

ଓଡ଼ିଶାରେ ଜୁଲାଇ ୧୬ ଯାଏ ବଢିଲା ଲକଡାଉନ୍

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଏବେ ହ୍ରାସ ପାଇବାରେ ଲାଗିଛି । ଏହାରି ମଧ୍ୟରେ ଜୁଲାଇ ୧୬ ଯାଏ ରାଜ୍ୟରେ ଆଂଶିକ ଲକଡାଉନ ଘୋଷଣା ହୋଇଛି । ଜୁଲାଇ ୧୬ ତାରିଖ ସକାଳ ୫ଟା ଯାଏଁ ଆଂଶିକ ଲକଡାଉନ୍ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ସଂକ୍ରମଣ କମିଥିବାରୁ କାଟେଗୋରୀ A କୁ ଆଉ ୩ ଜିଲ୍ଲା ସାମିଲ ହୋଇଛି । ଢ଼େଙ୍କାନାଳ, ଅନୁଗୁଳ ଓ କେନ୍ଦଝର ଜିଲ୍ଲା କାଟେଗୋରୀ A କୁ ଯାଇଛନ୍ତି ।

୩୦ଟି ଜିଲ୍ଲାକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି । ୨୦ଟି ଜିଲ୍ଲାକୁ କାଟାଗୋରୀ Aରେ ଓ ୧୦ଟି ଜିଲ୍ଲାକୁ କାଟାଗୋରୀ B ରେ ବିଭକ୍ତ କରାଯାଇଛି ।
କାଟାଗୋରୀ- A ରେ ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡା ରହିଛି । କାଟାଗୋରୀ-B ରେ ୧୦ଟି ଜିଲ୍ଲା ଯଥା- ନୟାଗଡ, ପୁରୀ,ଖୋର୍ଦ୍ଧା, କଟକ,ମୟୂରଭଞ୍ଜ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର ରହିଛି ।

ତେବେ ୩ ଜିଲ୍ଲାରେ ପଜିଟିଭ ହାର ରେଟ୍ ୫%କୁ କମିଥିବାରୁ କାଟେଗୋରୀ ଏକୁ ଯାଇଛନ୍ତି । ସଂକ୍ରମଣ କମିଥିବାରୁ ୨୦ଟି ଜିଲ୍ଲା କାଟେଗୋରୀ ଏରେ ସାମିଲ ହୋଇଛନ୍ତି । ପଜିଟିଭିଟି ୫ରୁ ଅଧିକ ଥିବା ବାକି ୧୦ଜିଲ୍ଲା କାଟେଗୋରୀ ବିରେ ରହିଛି । ସ୍ଥିତି ଦେଖି ଗ୍ରାଜୁଆଲି ଅନଲକ ଆରମ୍ଭ କରାଯିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।

କାଟେଗୋରୀ ଏରେ ଥିବା ୨୦ ଜିଲ୍ଲାରେ ଦୋକାନ ଖୋଲିବ । ୨୦ ଜିଲ୍ଲାରେ ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏଁ ଦୋକାନ ଖୋଲିବ । ସପିଙ୍ଗ ମଲ୍, ପାର୍ଲର ଛାଡି ଆଉ ସବୁ ଦୋକାନ ଖୋଲିବ । ୨୦ଟି ଜିଲ୍ଲାରେ ଧାର୍ଯ୍ୟ ସିଟରେ ବସ୍ ଓ ଟ୍ୟାକ୍ସି ଚଳାଚଳ କରିବ । ୨୦ ଜିଲ୍ଲାରେ ଇନଡୋର ଓ ଆଉଟଡୋର ସୁଟିଂକୁ ଅନୁମତି ମିଳିବ ।

ଏହା ସହିତ ୨୦ଟି ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ ହେବ ନାହିଁ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି । ସପ୍ତାହର ସାତ ଦିନ ପର୍ଯ୍ୟନ୍ତ ୨୦ ଜିଲ୍ଲାରେ ୬ରୁ ୬ଟା ପର୍ଯ୍ୟନ୍ତ ଦୋକାନ ଖୋଲିବ । ୨୦ ଜିଲ୍ଲାରେ ସାପ୍ତାହିକ ହାଟ ଖୋଲିବାକୁ ଅନୁମତି ମିଳିବ । ସାରା ରାଜ୍ୟରେ ସନ୍ଧ୍ୟା ୬ରୁ ସକାଳ ୬ ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଜାରି ରହିବ ।

ସେହିପରି କାଟେଗୋରୀ ବି’ରେ ସକାଳ ୬ରୁ ଦିନ ୨ଟା ଯାଏ ଦୋକାନ ଖୋଲିବ । ୧୦ ଜିଲ୍ଲାରେ ମଲ୍, ପାର୍ଲର, ସ୍ପା ଛାଡି ସବୁ ଦୋକାନ ଖୋଲିବାକୁ ଅନୁମତି ମିଳିଛି । ସବୁ ଦୋକାନ ସକାଳ ୬ଟାରୁ ୨ଟା ଯାଏ ଖୋଲିବାକୁ ଅନୁମତି ମିଳିଛି । କୋଭିଡ ଗାଇଡଲାଇନ୍ ପାଳନ ଦାୟିତ୍ୱ ଦୋକାନ ମାଲିକ ନେବେ । ଯେଉଁଠାରେ ଗାଇଡଲାଇନର ଉଲ୍ଲଂଘନ ହେବ, ସେଠାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ କହିଛନ୍ତି ।

ସାରା ରାଜ୍ୟରେ ଛୋଟ ଛୋଟ ସେଲୁନ ଖୋଲିବାକୁ ଅନୁମତି ମିଳିଛି । ୧୦ ଜିଲ୍ଲାରେ ଆଉଟଡୋର ସୁଟିଂ ପାଇଁ ସରକାର ଅନୁମତି ଦେଇଛନ୍ତି । ଉଠା ଦୋକାନୀ ଦୋକାନ ଖୋଲିପାରିବେ, କିନ୍ତୁ ଜିନିଷ ପାର୍ସଲ ଦେବେ । କାଟେଗୋରୀ ବି’ରେ ଥିବା ୧୦ ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ ଲାଗୁ ହେବ । କାଟେଗୋରୀ ବି’ ଜିଲ୍ଲାରେ ବସ୍ ଚଳାଚଳ ପାଇଁ ଏବେ ଅନୁମତି ନାହିଁ । ମଲ୍, ସିନେମା ହଲ୍ ଖୋଲିବ ନାହିଁ ଓ ଯାତ୍ରା ଚାଲିପାରିବ ନାହିଁ । ବାହାଘର, ଶୁଦ୍ଧିକାର୍ଯ୍ୟ ପାଇଁ ଥିବା କଟକଣା ବଳବତ୍ତର ରହିବ । ବାହାଘର, ଶୁଦ୍ଧିକାର୍ଯ୍ୟରେ ଭୋଜି ଦିଆଯିବନି, ଖାଦ୍ୟ ପାସର୍ଲ ଦେବେ ।

Get real time updates directly on you device, subscribe now.