fbpx

ଖୋର୍ଦ୍ଧା ରାେଡ଼ରୁ ସୁରତକୁ ଗଡ଼ିବ ବିଶେଷ ଟ୍ରେନ୍, ଜୁଲାଇ ୫ରୁ ଆରମ୍ଭ ହେବ ଟ୍ରେନ୍ ସେବା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଯାତ୍ରୀମାନଙ୍କ ସୁବିଧା ପାଇଁ ଏବଂ ପଶ୍ଚିମ ଭାରତକୁ ଯାତାୟାତ କରୁଥିବା ନିୟମିତ ଟ୍ରେନ୍‌ ଗୁଡ଼ିକରେ ମାତ୍ରାଧିକ ପ୍ରତିକ୍ଷା ତାଲିକାକୁ ଏଡାଇବା ପାଇଁ ରେଳ ମନ୍ତ୍ରଣାଳୟ ଗୁଜୁରାଟର ସୁରଟ ନିକଟସ୍ଥ ଉଦନା ଷ୍ଟେସନ ମଧ୍ୟରେ ଏକ ସ୍ୱତନ୍ତ୍ର ଟ୍ରେନ୍‌ ଚଳାଇବାକୁ ନିଷ୍ପତି ନେଇଛି । ବିଜୟନଗରମ ଓ ଟିଟିଲାଗଡ଼ ମାର୍ଗ ଦେଇ ୦୮୫୮୫/୦୮୫୮୬ ଖୋର୍ଦ୍ଧା ରୋଡ-ଉଦନା-ଖୋର୍ଦ୍ଧା ରୋଡ ବିଶେଷ ଟ୍ରେନ ଖୋର୍ଦ୍ଧା ରୋଡ଼ ଠାରୁ ଜୁଲାଇ ମାସ ୫ ତାରିଖ (ସୋମବାର) ରାତ୍ରି ୮ଘ.୩୦ମି.ରେ ଛାଡି ୭ ଜୁଲାଇ (ବୁଧବାର) ଦିନ ଭୋର ୩ଘ.୪୦ମି.ରେ ଉଦନାରେ ପହଂଚିବ । ଫେରିବା ମାର୍ଗରେ ଟ୍ରେନ ଉଦନା ଠାରୁ ୭ ଜୁଲାଇ ଦିନ ସକାଳ ୬ ଘଟିକାରେ ଛାଡି ୮ ଜୁଲାଇ ଦିନ ଅପରାହ୍ନ ୩ଘ.୪୦ମି.ରେ ଖୋର୍ଦ୍ଧା ରୋଡରେ ପହଂଚିବ । ଏହି ଟ୍ରେନରେ ଗୋଟିଏ ଉଭୟ ପ୍ରଥମ ଏବଂ ୨ୟ ଏସିର କମ୍ପୋଜିଟ୍‌ କୋଚ୍‌, ଗୋଟିଏ ଏସି-୨ ଟାୟାର, ଚାରିଟି ଏସି -୩ ଟାୟାର୍‌ , ଆଠଟି ସ୍ଲିର୍‌ କ୍ଲାସ୍‌, ଚାରିଟି ସେକେଣ୍ଡ୍‌ କ୍ଲାସ୍‌ ସିଟିଂ, ଗୋଟିଏ ଗାର୍ଡ ତଥା ଲଗେଜ୍‌ ଭ୍ୟାନ ଏବଂ ଗୋଟିଏ ଗାର୍ଡ ତଥା ଦିବ୍ୟାଙ୍ଗ କୋଚ୍‌ ଉପଲବ୍ଧ ଥିବାବେଳେ ଏହା ଖୋର୍ଦ୍ଧା ରୋଡ ଓ ଉଦନା ମଧ୍ୟରେ ଉଭୟ ପାର୍ଶ୍ୱରୁ ପାର୍ବତୀପୁରମ୍‌ ଷ୍ଟେସନ ମାନଙ୍କରେ ରହଣି କରିବ ।

Get real time updates directly on you device, subscribe now.