ନିଜ ଗାଁକୁ ମିନି ପାକିସ୍ତାନ କହି ଗିରଫ ହେଲେ ଯୁବକ

ଭୋପାଳ: ନିଜ ଗାଁକୁ ମିନି ପାକିସ୍ତାନ କହି ଗିରଫ ହେଲେ ଯୁବକ । ମଧ୍ୟ ପ୍ରଦେଶ ରୀବା ଜିଲ୍ଲାର ଜଣେ ଯୁବକ ନିଜ ଗାଁକୁ ମିନି ପାକିସ୍ଥାନ କହି ହୋଇଛନ୍ତି ହଟହଟା, ଖାଲି ସେତିକି ନୁହେଁ ଏଥିପାଇଁ ସେ ଗିରଫ ମଧ୍ୟ ହୋଇଛନ୍ତି ।

ରାଜଧାନୀ ଭୋପାଳରୁ ପ୍ରାୟ ୫୦୦ କିଲୋମିଟର ଦୂରରେ ଥିବା ଜିଲ୍ଲାର ଅରମେତୀ ଗାଁର ଅବରାର ଖାନ ନାମକ ଜଣେ ଯୁବକ ନିଜ ଗାଁର ଫଟୋକୁ ନିଜ ଫେସବୁକ ଆକାଉଣ୍ଟରେ ଅପଲୋଡ କରିଥିଲେ ଏବଂ ସେଥିରେ ଲେଖିଥିଲେ ମିନି ପାକିସ୍ଥାନ । ଆଉ ଏହାକୁ ନେଇ ତାଙ୍କୁ ଗିରଫ କରାଯାଇଛି । ପୋଲିସ ଅଧିକାରୀ ରାକେଶ ସିଂହ କହିଛନ୍ତି ଅବରାର ଖାନକୁ ଗିରଫ କରାଯାଇଛି । ଅବରାର ବୟାନ ଦେଇଛି ତାଙ୍କ ଗାଁରେ ଅଧିକ ମୁସଲମାନ ରହୁଥିବାରୁ ଆଖ ପାଖ ଲୋକ ତାଙ୍କ ଗାଁକୁ ମିନି ପାକିସ୍ଥାନ କୁହନ୍ତିି । ତେଣୁ ସେ ମଧ୍ୟ ମିନି ପାକିସ୍ତାନ କହିଥିଲେ ।

ଏହି ମାମଲାରେ ଭାରତୀୟ ସମ୍ବିଧାନର ଧାରା ୧୫୩ ଏବଂ ଆଇଟି ଆକ୍ଟର ଧାରା ୬୬ ଅନୁଯାୟୀ କେସ ଦାୟର ହୋଇଛି । ପୋଲିସ ଅଧିକାରୀ ଆହୁରି କହିଛନ୍ତି ଯେଉଁମାନେ ପୋଷ୍ଟରେ ଲାଇକ କରିଛନ୍ତି ସେମାନଙ୍କର ତଥ୍ୟ ସଂଗ୍ରହ କରାଯାଉଛି । ଗ୍ରାମବାସୀଙ୍କୁ ଏନେଇ ସଚେତନ କରାଯିବା ସହ ପୋଲିସ ଅବରାରଙ୍କ ପାସପୋର୍ଟକୁ ଜବତ କରିଥିବା ନେଇ କହିଛନ୍ତି ।