fbpx

ବିନା ଲାଇସେନ୍ସରେ ଚାଲିଛି ଡିଷ୍ଟେଲ୍‌ ୱାଟର୍‌ କାରଖାନ, ଚଢ଼ଉ କଲା ମାପ ଓଜନ ବିଭାଗ

ମାଲକାନଗିରି (ଓଡ଼ିଶା ଭାସ୍କର): ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ ସ୍ଥାନୀୟ ଏମ୍‌ଭି ୨ ଠାରେ ବେଟେରୀ ଟନିକ୍‌ ନାମକ ଏକ କମ୍ପାନୀ ଖୋଲାଯାଇ ନକଲି ଡିଷ୍ଟେଲ ୱାଟର ବ୍ୟବସାୟ କାୟା ବିସ୍ତାର କରିଚାଲିଛି । କୌଣସି ପ୍ରମାଣ ପତ୍ର ନଥାଇ ବେଧଡକ ଚାଲିଛି ଏହି ବ୍ୟବସାୟ । ଏହି କମ୍ପାନୀ ସରକାରୀ ନିୟମର ଖୋଲାଖୋଲି ଉଲ୍ଲଂଘନ କରିଚାଲିଥିବା ବେଳେ ନକଲି ଡିଷ୍ଟେଲ ୱାଟର ପ୍ରସ୍ତୁତ କରି ବଜାରରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି ।

ନିୟମ ଅନୁଯାଇୟୀ ଖୋଲିବାକୁ ହେଲେ ବୋତଲ ସିଲ୍‌ ନିମନ୍ତେ ଅନୁମତି ସହ ଓଜନ ବିଭାଗ ଦ୍ୱାରା ପ୍ରମାଣପତ୍ର ନିତ୍ୟାନ୍ତ ଆବଶ୍ୟକ । ଏତଦ୍‌ ବ୍ୟତୀତ କେମିକାଲ ଲାଇସେନ୍ସ ମଧ୍ୟ ଆବଶ୍ୟକତା ପଡିଥାଏ । ଯେଉଁ ନକଲି ଡିଷ୍ଟେଲ ୱାଟରର ବ୍ୟବହାର କରି ଲୋକେ ବିଭିନ୍ନ ଅସୁବିଧାର ସମୁଖୀନ ହେଉଥିବା ବେଳେ ଅନେକ ଲୋକଙ୍କ ବ୍ୟାଟେରୀଗୁଡ଼ିକ ଏହି ଡିଷ୍ଟେଲ ୱାଟର ବ୍ୟବହାର ପରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଉଥିବା ଜଣାପଡୁଛି ।

ଏ ସମ୍ପର୍କରେ ମାପ ଓଜନ ବିଭାଗର ବରିଷ୍ଠ ନିରୀକ୍ଷକ ଜ୍ୟୋତିରଞ୍ଜନ ବେହେରାଙ୍କୁ ପଚାରିବାରୁ ତାଙ୍କ ବିଭାଗ ପକ୍ଷରୁ ଏଭଳି କୌଣସି କମ୍ପାନୀକୁ ପ୍ରମାଣପତ୍ର ଦିଆଯାଇନାହିଁ ବୋଲି ମତ ରଖିଛନ୍ତି । ତେବେ ଅଭିଯୋଗ ପାଇବା ପରେ ସେ ନିଜର ସହକାରୀ ଅଧକାରୀଙ୍କୁ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେବା ସହ ଅଭିଯୋଗ ପ୍ରମାଣିତ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମତ ରଖିଛନ୍ତି । ଏନେଇ ସମ୍ପୃକ୍ତ କମ୍ପାନୀର ମାଲିକ ପ୍ରଦୀପ ମହାପାତ୍ରଙ୍କୁ ଯୋଗାଯୋଗ କରିବାରୁ ସେ ନିଜ ନିକଟରେ କୌଣସି ବଟଲିଙ୍ଗ ପ୍ରମାଣପତ୍ର ନ ଥିବା ସ୍ୱୀକାର କରିବା ସହ ଏହାକୁ ବନ୍ଦ କରିଦେବେ ବୋଲି ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.