ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଦଳୁଥିବା ଜୀବନଶୈଳୀ ଯୋଗୁଁ ଆଜିର ଦିନରେ ହାର୍ଟ ଆଟାକ୍ ବା ଦୃଦଘାତ ଏକ ସାଧାରଣ ସମସ୍ୟା ହୋଇଯାଇଛି । ପୂର୍ବରୁ ଏହି ସମସ୍ୟା ଅଧିକ ବୟସର ଲୋକଙ୍କୁ ହେଉଥିବାବେଳେ ଏବେ ଏହା ଛୋଟପିଲାଙ୍କଠାରେ ମଧ୍ୟ ଦେଖାଯାଉଛି । ଏମିତିରେ ହାର୍ଟ ଆଟାକ୍ ହେବାର ଅନେକ କାରଣ ରହିଛି । ଯେମିତିକି ଅତ୍ୟଧିକ ଚିନ୍ତା କରିବା, ଖାଇବା ପିଇବାରେ ଅସନ୍ତୁଳନ । ତେବେ ହାର୍ଟ ଆଟାକ ହେବାର ମାସକ ପୂର୍ବରୁ ଏହାର କିଛି ଳକ୍ଷଣ ଦେଇଥାଏ । ଜାଣନ୍ତୁ କ’ଣ ଏହାର ସଙ୍କେତ…
ହାଲିଆ ଲାଗିବା- ଯଦି ଆପଣ ଅତ୍ୟଧିକ ହାଲିଆ ଅନୁଭବ କରୁଥାନ୍ତି କିମ୍ବା କୌଣସି ଛୋଟ ମୋଟ କାମ କଲେ ମଧ୍ୟ ହାଲିଆ ହୋଇଯାଉଥାନ୍ତି ତେବେ ଏହା ହାର୍ଟ ଆଟାକର ଲକ୍ଷଣ ହୋଇପାରେ ।
ପାଦ ଫୁଲିବା- ହାର୍ଟ ଆଟାକ ହେବା ଯୋଗୁଁ ହାର୍ଟ ଶରୀରରେ ଠିକ୍ ଭାବର ରକ୍ତ ସଞ୍ଚାଳନ କରିପାରେ ନାହିଁ । ଯାହା ଫଳରେ ଗୋଡ଼ ଫୁଳିବା ଆରମ୍ଭ ହୋଇଥାଏ । ଏହା ମଧ୍ୟ ହାର୍ଟ ଆଟାକର ସଙ୍କେତ ହୋଇପାରେ ।
ଖାଦ୍ୟ ହଜମ ନହେବା ବା ବାନ୍ତି ହେବା- ହାର୍ଟ ଆଟାକ ଯୋଗୁଁ ବାନ୍ତି ହେବା ଭଳି ଲକ୍ଷଣ େଦେଖାଦେଇଥାଏ ।
ଛାତି କିମ୍ବା ପିଠିରେ କଷ୍ଟ ଅନୁଭବ ହେବା- ଯଦି ଆପଣ ଲଗାତାର ଛାତି କିମ୍ବା ପିଠିରେ କଷ୍ଠ ଅନୁଭବ କରୁଛନ୍ତି ତେବେ ଏହାକୁ ହେୟଜ୍ଞାନ କରନ୍ତୁ ନାହିଁ । ଏହା ମଧ୍ୟ ହାର୍ଟ ଆଟାକର ଲକ୍ଷଣ ହୋଇପାରେ ।
ଶ୍ୱାସକ୍ରିୟାରେ ଅସୁବିଧା- ଯଦି ଆପଣଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରୁଛନ୍ତି ଏବଂ ହଠାତ୍ ହାର୍ଟ ବିଟ୍ ବଢ଼ିଯାଏ ଏହା ମଧ୍ୟ ହାର୍ଟ ଆଟାକର ଲକ୍ଷଣ ହୋଇପାରେ ।
ତେବେ ଆପଣ ଏକ ସୁସ୍ଥ ଜୀବନ ଶୈଳୀ ଦ୍ୱାରା ହାର୍ଟ ଆଟାକ ଠାରୁ ଦୂରେଇ ରହିପାରିବେ । ଏଥିପାଇଁ ଆପଣଙ୍କୁ ପୁଷ୍ଟିକର ଖାଦ୍ୟ ଖାଇବା, ନିୟମିତ ଭାବରେ ବ୍ୟାୟାମ କରିବା, ତମାଖୁ ଏବଂ ମାଦକ ଦ୍ରବ୍ୟ ଠାରୁ ଦୂରେଇ ରହିବା ଏବଂ ଯେତେ ସମ୍ଭବ ଚିନ୍ତାମୁକ୍ତ ରହିବା ଦ୍ୱାରା ଏହି ରୋଗରୁ ଆମେ ଦୂରେଇ ରହିପାରିବା ।