fbpx
BJD SKY
BJD SKY

ପୁରୀରେ କୋଭିଡ଼ ସ୍ଥିତି ସମୀକ୍ଷା କଲେ କେନ୍ଦ୍ରୀୟ ଟିମ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁରୀରେ କୋଭିଡ ସ୍ଥିତି ସମୀକ୍ଷା କରିଛନ୍ତି ଦୁଇ ଜଣିଆ କେନ୍ଦ୍ରୀୟ ଟିମ । ପୁରୀ ସିଡ଼ିଏମଓଙ୍କ ସହ ଜିଲ୍ଲାର କୋଭିଡ ପରିଚାଳନା ନେଇ ବିଚାର ବିମର୍ଶ କରିଥିବା ବେଳେ ଟିମ୍ କଣ୍ଟ୍ରୋଲ ରୁମ ଓ କୋଭିଡ ମେଡିକାଲ ପରିଦର୍ଶନ କରିଛନ୍ତି। ବିଶେଷତଃ କୋଭିଡ ସଂକ୍ରମଣ ଚି଼ହ୍ନଟ ଓ ଏହାର ହ୍ରାସ ଦିଗରେ କି ପଦକ୍ଷେପ ନିଆଯାଇଛି ସେସବୁ ସଂକ୍ରାନ୍ତରେ ବିସ୍ତୃତ ସମୀକ୍ଷା କରିଛି ଟିମ୍। କୋଭିଡ ଟେଷ୍ଟିଙ୍ଗ, ଟିକାକରଣ, ଚିକିତ୍ସା ସେବା ଆଦି ଦିଗରେ କାର୍ଯ୍ୟକଳାପକୁ ଦେଖି ବୁଝିଥିବା ବେଳେ ସମ୍ପୂର୍ଣ ତଥ୍ୟ ସଂଗ୍ରହ କରିଛନ୍ତି କେନ୍ଦ୍ରୀୟ ।

ମୋଟାମୋଟି କୋଭିଡ ପରିଚାଳନା ଦିଗରେ ପୁରୀ ଜିଲ୍ଲା ସନ୍ତୋଷ ଜନକ ରହିଥିବା କେନ୍ଦ୍ରୀୟ ଟିମ୍ ପକ୍ଷରୁ ମତ ରଖାଯାଇଛି। ତଦନ୍ତ ସମ୍ପର୍କରେ ସବିଶେଷ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ଟିମ୍ ଅବଗତ କରାଇବ ବୋଲି ଜଣା ପଡିଛି। କୋଭିଡ୍ ପରିଚାଳନା ସହ ଟିକାକରଣର ଅଗ୍ରଗତି ନେଇ ସିଡିଏମଓଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି ଟିମ୍। ଏଥସହ କଣ୍ଟାଟ ଟ୍ରେସିଂ,ଟ୍ରିଟମେଣ୍ଟ ଓ ସ୍ୱାସ୍ଥ୍ୟ ଭିତ୍ତିଭୂମି ସହ ସହରର ବିଭିନ୍ନ କୋଭିଡ୍ ହସପିଟାଲ ଏବଂ ଗ୍ରାମାଞ୍ଚଳରେ ହୋଇଥିବା କୋଭିଡ୍ କେୟାର ସେଣ୍ଟର ସମ୍ପର୍କରେ ପଚାରି ବୁଝିଛନ୍ତି କେନ୍ଦ୍ରୀୟ ଟିମ।

Get real time updates directly on you device, subscribe now.