fbpx

ଜାଣନ୍ତୁ ମୋଦୀ ୨.୦ର ସମ୍ପୂର୍ଣ୍ଣ ତାଲିକା: ୪୩ରେ ଓଡିଶାରୁ ଦୁଇ, ସିନ୍ଧିଆ ନୂଆମୁହଁ

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରରେ ପ୍ରଥମ କ୍ୟାବିନେଟ୍ ସଂପ୍ରସାରଣରେ ୪୩ ମନ୍ତ୍ରୀଙ୍କ ନାମ ଘୋଷଣା କରାଯାଇଛି । ବିଜେପିରେ ନୂତନ ଭାବରେ ଯୋଗ ଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ସମ୍ଭାବ୍ୟ ୪୩ ତାଲିକାରେ ସାମିଲ ରହିଥିବା ବେଳେ ସିନ୍ଧିଆଙ୍କୁ ମନ୍ତ୍ରୀପଦ ମିଳିବା ପ୍ରାୟ ସ୍ପଷ୍ଟ ହୋଇଛି । ଏହା ବ୍ୟତିତ ପଶୁପତି କୁମାର ପାରସ, ଶୋଭା କରନ୍ଦଲାଜେ, ମୀନାକ୍ଷୀ ଲେଖି, ଅଜୟ ଠାକୁର ଓ ଭୂପେନ୍ଦ୍ର ଯାଦବଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବ । ଆଗାମୀ ଉତ୍ତର ପ୍ରଦେଶ ନିର୍ବାଚନକୁ ଦୃଷ୍ଟିରେ ରଖି ଅପନା ଦଳର ଅନୁପ୍ରିୟା ପଟେଲଙ୍କୁ ମଧ୍ୟ ମନ୍ତ୍ରୀ ତାଲିକାରେ ରଖାଯାଇଛି ।

ଓଡିଶାରୁ ଦୁଇ ଜଣ ସାଂସଦଙ୍କୁ ମଧ୍ୟ ସମ୍ଭାବ୍ୟ ମନ୍ତ୍ରୀ ତାଲିକାରେ ରଖାଯାଇଛି । ରାଜ୍ୟସଭା ସାଂସଦ ତଥା ପୂର୍ବତନ ଆଇଏଏସ ଅଶ୍ୱିନୀ ବୈଷ୍ଣବ ଏବଂ ମୟୁରଭଞ୍ଜ ସାଂସଦ ବିଶେଶ୍ୱର ଟୁଡୁଙ୍କ ନାମ ସମ୍ଭାବ୍ୟ ତାଲିକାରେ ରହିଥିବା ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ, ଏହି ଦୁଇ ନେତା ବୁଧବାର ସକାଳୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଥିଲେ ।
ସମ୍ଭାବ୍ୟ ମନ୍ତ୍ରୀ ତାଲିକା:
୧.ନାରାୟଣ ଟାଟୁ ରାଣେ
୨. ସର୍ବାନନ୍ଦ ସୋନୱାଲ
୩. ବୀରେନ୍ଦ୍ର କୁମାର
୪. ଜ୍ୟୋତିରାଦିତ୍ୟ ସିନ୍ଧିଆ
୫.ରାମଚନ୍ଦ୍ର ପ୍ରସାଦ ସିଂ
୬. ଅଶ୍ୱିନୀ ବୈଷ୍ଣବ
୭. ପଶୁପତି କୁମାର ପାରଶ
୮. କିରେଣ ରିଜିଜ୍ଜୁ
୯. ରାଜ କୁମାର ସିଂ
୧୦. ହରଦୀପ ସିଂ ପୁରୀ
୧୧. ମନସୁଖ ମାଣ୍ଡବୀୟ
୧୨. ଭୂପେନ୍ଦର ଯାଦବ
୧୩. ପର୍ଶୋତ୍ତମ ରୂପାଲା
୧୪. ଜି କିଶାନ ରେଡ୍ଡୀ
୧୫. ଅନୁରାଗ ସିଂ ଠାକୁର
୧୬. ପଙ୍କଜ ଚୌଧୁରୀ
୧୭. ଅନୁପ୍ରିୟା ସିଂ ପଟେଲ
୧୮. ସତ୍ୟପାଲ ସିଂ ବାଘେଲ
୧୯. ରାଜୀବ ଚନ୍ଦ୍ରଶେଖର
୨୦. ଶୋଭା କରାଣ୍ଡଲାଜେ
୨୧. ଭାନୁ ପ୍ରତାପ ସିଂ ବର୍ମା
୨୨. ଦର୍ଶନା ବିକ୍ରମ ଜର୍ଦ୍ଦୋଶ
୨୩. ମୀନାକ୍ଷୀ ଲେଖୀ
୨୪. ଅନ୍ନପୂର୍ଣ୍ଣା ଦେବୀ
୨୫. ଏ. ନାରାୟଣସ୍ୱାମୀ
୨୬. କୌଶଲ କିଶୋର
୨୭. ଅଜୟ ଭଟ୍ଟ
୨୮. ବି ଏଲ୍ ବର୍ମା
୨୯. ଅଜୟ କୁମାର
୩୦. ଚୌହାନ ଦେବୁ ସିଂ
୩୧. ଭଗୱନ୍ତ ଖୁବା
୩୨. କପିଳ ମୋରେଶ୍ୱର ପାଟିଲ
୩୩. ପ୍ରତିମା ଭୌମିକ
୩୪. ଶୁଭାଷ ସର୍କାର
୩୫. ଭଗୱନ୍ତ କିଶନରାଓ କରାଡ
୩୬. ରାଜକୁମାର ରଞ୍ଜନ ସିଂ
୩୭. ବିଶେଷ୍ୱର ଟୁଡୁ
୩୮. ଭାରତୀ ପ୍ରବୀଣ ପୱାର
୩୯. ଶାନ୍ତନୁ ଠାକୁର
୪୦. ମୁଞ୍ଜାପାରା ମହେନ୍ଦ୍ରଭାଇ
୪୧. ଜନ୍ ବାର୍ଲା
୪୨. ଏଲ୍ ମୁରୁଗନ
୪୩. ନିଶିଥ୍ ପରମାଣିକ

Get real time updates directly on you device, subscribe now.