fbpx
BJD SKY
BJD SKY

ମୋଦୀ କ୍ୟାବିନେଟ୍ ରେ ଓଡ଼ିଆ ଆଇଏଏସ୍ ଅଶ୍ୱିନୀ ବୈଷ୍ଣବ! ଜାଣନ୍ତୁ ତାଙ୍କ ସମ୍ପର୍କରେ…

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ସମ୍ପ୍ରସାରଣ ହେଉଛି ବୁଧବାର । ସନ୍ଧ୍ୟା ୬ଟାରେ ନୂତନ ଭାବେ ପ୍ରାୟ ୪୩ ଜଣ ମନ୍ତ୍ରୀ ଶପଥ ନେଉଥିବାବେଳେ ଏଭିତରେ ରହିଛନ୍ତି ଓଡ଼ିଶାରୁ ଦୁଇଜଣ ଚର୍ଚ୍ଚିତ ବ୍ୟକ୍ତିତ୍ୱ । ସେମାନେ ହେଉଛନ୍ତି ଅଶ୍ୱିନୀ ବୈଷ୍ଣବ ଓ ବିଶେଶ୍ୱର ଟୁଡୁ ! ତେବେ ଅଶ୍ୱିନୀ ବୈଷ୍ଣବ ହେଉଛନ୍ତି ଏଭଳି ଏକ ନାମ ଯାହାକି ୨୦୧୯ରେ ଓଡ଼ିଶାର ରାଜ୍ୟସଭା ନିର୍ବାଚନ ସମୟରେ ଏକ ପ୍ରକାର ଝଡ଼ ସୃଷ୍ଟି ହୋଇଥିଲା ।

ଅଶ୍ୱିନୀ ବୈଷ୍ଣବ ୧୯୭୦ ମସିହାରେ ରାଜସ୍ଥାନର ଯୋଦ୍ଧପୁରରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ପୂର୍ବତନ ଆଇଏଏସ ଅଫିସର । ୧୯୯୪ ବ୍ୟାଚ୍ର ଓଡ଼ିଶା କ୍ୟାଡର ଆଇଏଏସ ଅଫିସର ଅଶ୍ୱିନୀ କଟକ ଏବଂ ବାଲେଶ୍ୱରରେ ଜିଲ୍ଲାପାଳ ରହିଥିଲେ । ଓଡ଼ିଶା ଶାସନରେ ସେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିବା ପରେ ଅଟଳ ବିହାରୀ ବାଜପେୟୀଙ୍କ ଉପ-ବ୍ୟକ୍ତିଗତ ସଚିବ ମଧ୍ୟ ରହିଥିଲେ । ପରେ ଆଇଏଏସ ଚାକିରି ଛାଡ଼ି କର୍ପୋରେଟ କ୍ଷେତ୍ରରେ ମନୋନିବେଶ କରିଥିଲେ । କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ୱେବସାଇଟ୍ ଅନୁସାରେ, ଅଶ୍ୱିନୀ ଆମେରିକାର ୱାର୍ଥନ୍ ସ୍କୁଲ୍ ଅଫ୍ ୟୁନିର୍ଭସିଟିରୁ ଏମବିଏ ଡିଗ୍ରୀ ହାସଲ କରିଛନ୍ତି । ଏଥିସହ ଆଇଆଇଟି କାନପୁରୁ ଏମ୍ଟେକ୍ କରିଛନ୍ତି । ସେ ଅନେକ ନାମୀଦାମୀ କମ୍ପାନୀର ନିର୍ଦ୍ଦେଶକ ପଦବୀରେ ସୂଚାରୁ ରୂପେ ଦାୟିତ୍ୱ ନିର୍ବାହ କରିସାରିଛନ୍ତି । ରହିଥିଲେ । ସେ ଓଡ଼ିଶାର ଖଣି କମ୍ପାନୀ ତ୍ରିବେଣୀ ପିଲେଟ୍ସ ପ୍ରାଇଭେଟ ଲିମିଟେଡ୍ର ନିର୍ଦ୍ଦେଶକ ଭାବେ ୨୦୧୭ ଫେବ୍ରୁଆରିରୁ ୧୩ରୁ କାର୍ଯ୍ୟଭାର ତୁଲାଇ ଆସୁଥିଲେ । ଏହାପରେ ୨୦୧୯ରେ ସେ ଓଡ଼ିଶାରୁ ବିଜୁ ଜନତା ଦଳର ସମର୍ଥନରେ ରାଜ୍ୟସଭାକୁ ଯାଇଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ୧୯୯୯ ମହାବାତ୍ୟା ସମୟରେ ଅଶ୍ୱିନୀ ବୈଷ୍ଣବ ରାଜ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ଆମେରିକାର ଜଳସେନାର ସହଯୋଗରେ ବାତ୍ୟା ସମ୍ପର୍କିତ ଟିକନିଖି ତଥ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଉଥିଲେ । ଯାହା ଫଳରେ ଅନେକ ଧନଜୀବନ ସୁରକ୍ଷା ହୋଇପାରିଥିଲା ।

Get real time updates directly on you device, subscribe now.