fbpx

ରାଜ୍ୟସଭାରେ ଢୁଳାଉଛନ୍ତି ମନ୍ତ୍ରୀ, ଦେଖନ୍ତୁ କିଛିଟା ଝଲକ୍

ନୂଆଦିଲ୍ଲୀ,୨୭ ।୧୧: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ରାଜ୍ୟସଭାରେ ନିଜର ରାୟ ରଖୁଥିବା କିଛି ମଜାଦାର ଦୃଶ୍ୟ ଦେଖିବାକୁ ମିଳିଥିଲା । କେନ୍ଦ୍ରମନ୍ତ୍ରୀ ମହେନ୍ଦ୍ର ନାଥ ପାଣ୍ଡେ ଓ ତାଙ୍କ ପାଖରେ ବସିଥିବା ଫଗନ ସିଂହ କୁଲସ୍ତେ ଗୃହରେ ଢୁଳାଉଥିବା ନଜର ଆସିଛନ୍ତି । ଅନ୍ୟପଟେ କେନ୍ଦ୍ର ବିତ୍ତ ରାଜ୍ୟମନ୍ତ୍ରୀ ଓ ବିଜେପି ସାଂସଦ ଅନୁରାଗ ଠାକୁର ହାଇ ମାରୁଥିବାର ମଧ୍ୟ ଦେଖିବାକୁ ମିଳିଛି ।

କେବଳ ଏତିକି ନୁହେଁ, ଗୃହରେ ଶୋଇଥିବା ବେଳେ ମନ୍ତ୍ରୀ ମହେନ୍ଦ୍ରଙ୍କୁ ଉଠାଇବାରୁ ତାଙ୍କ ନିଦ ଭାଙ୍ଗିଥିଲା । ଦେଶର ଆର୍ଥିକ ସ୍ଥିତି ସମ୍ବନ୍ଧରେ କେନ୍ଦ୍ରମନ୍ତ୍ରୀ ସୀତାରମଣ ସମ୍ବୋଧିତ କରୁଥିବା ବେଳେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହି ୩ ମନ୍ତ୍ରୀ ସୀତାରମଣଙ୍କ ଠିକ୍ ପଛରେ ବସିଥିଲେ ।

ତେବେ ଏହା ପ୍ରଥମ ଥର ନୁହେଁ, ଏହା ପୂର୍ବରୁ ମଧ୍ୟ ଗୃହରେ ମନ୍ତ୍ରୀମାନଙ୍କ ବିଚିତ୍ର ବ୍ୟବହାର ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.