fbpx

ପ୍ରଥମ ଥର ପାଇଁ ୱିମ୍ବଲଡନ୍ ଫାଇନାଲରେ ବାର୍ଟ୍ଟି

ନୂଆଦିଲ୍ଲୀ: ବିଶ୍ୱ ମାନ୍ୟତାର ଏକ ନମ୍ବର ସ୍ଥାନରେ ରହିଥିବା ମହିଳା ଟେନିସ ଖେଳାଳି ଆସଲେ ବାର୍ଟ୍ଟି ୱିମ୍ବଲଡନ ଟେନିସ୍ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ଶୁକ୍ରବାର ଅନୁଷ୍ଠିତ ସେମି ଫାଇନାଲରେ ୨୦୧୮ ସଂସ୍କରଣ ଚାମ୍ପିଅନ୍ ଆଞ୍ଜେଲିକ୍ କେର୍ବରଙ୍କୁ ୬-୩ ଓ ୭-୬ ସିଧାସଳଖ ସେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛନ୍ତି ।

ଅଲ ଇଂଲଣ୍ଡ କ୍ଲବର ସେଣ୍ଟର କୋର୍ଟରେ ଖେଳୁଥିବା ବାର୍ଟି ମାତ୍ର ୧ ଘଣ୍ଟା ୨୭ ମିନିଟର ଲଢେଇ ପରେ ବାର୍ଟ୍ଟି ନିଜ କ୍ୟାରିୟରର ପ୍ରଥମ ୱିମ୍ବଲଡନ ଫାଇନାଲରେ ପ୍ରବେଶ କରିଛନ୍ତି । ଏହି ମ୍ୟାଚ୍ ପୂର୍ବରୁ ବାର୍ଟ୍ଟି ଏବଂ କେର୍ବରଙ୍କ ୪ ଥର ମୁହାଁ ମୁହିଁ ହୋଇଥିବା ବେଳେ ଉଭୟ ଖେଳାଳି ସମାନ ସଂଖ୍ୟକ ବିଜୟ ହାସଲ କରିଥିଲେ । ପ୍ରଥମ ସେଟରୁ କେର୍ବରଙ୍କ ସର୍ଭିସ୍ ବ୍ରେକ୍ କରି ବାର୍ଟ୍ଟି୩-୦ରେ ଅଗ୍ରଣୀ ରହିଥିଲେ । ପ୍ରଥମ ସେଟକୁ ମାତ୍ର ୩୪ ମିନିଟରେ ଜିତି ନେଇଥିଲେ ବାର୍ଟ୍ଟି । ଦ୍ୱିତୀୟ ସେଟରେ କେର୍ବର ୪-୦ରେ ଅଗ୍ରଣୀ ହାସଲ କରିଥିଲେ ହେଁ ବାର୍ଟ୍ଟି ଚମକ୍ରାର ପ୍ରତ୍ୟାବର୍ତ୍ତନ କରି ଟାଇବ୍ରେକରରେ ମ୍ୟାଚକୁ ଜିତି ନେଇଥିଲେ ।

Get real time updates directly on you device, subscribe now.