fbpx

୧୮ ଜୁଲାଇରେ ହେବ ଭାରତ-ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ୱାନଡେ, ଜାଣନ୍ତୁ ନୂଆ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ: ଶ୍ରୀଲଙ୍କାର ବ୍ୟାଟିଂ କୋଚ୍ ଏବଂ ଡାଟା ଆନାଲିଷ୍ଟ କରୋନା ପଜିଟିଭ ହେବା ପରେ ଭାରତ-ଶ୍ରୀଲଙ୍କା ସିରିଜକୁ ନେଇ ଦେଖାଦେଇଥିବା ଅନିଶ୍ଚିତତାରେ ପଡିଛି ପୂର୍ଣ୍ଣଚ୍ଛେଦ । ଦୁଇ ଦେଶ ମଧ୍ୟରେ ହେବାକୁ ଥିବା ୱାନଡେ ସିରିଜ ୧୮ ଜୁଲାଇଠାରୁ ଆରମ୍ଭ ହେବାକୁ ଯାଉଛି ।

ଶ୍ରୀଲଙ୍କାର ବ୍ୟାଟିଂ କୋଚ୍ ଗ୍ରାଣ୍ଟ ଫ୍ଲାୱାର ଏବଂ ଡାଟା ଆନାଲିଷ୍ଟ ଜି.ଟି. ନିରୋଶନ କରୋନା ପଜିଟିଭ ପରେ ହେବାକୁ ଥିବା ସିରିଜର କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଛି । ନୂତନ କାର୍ଯ୍ୟସୂଚୀ ଅନୁଯାୟୀ ପ୍ରଥମ ୱାନଡେ ୧୮ ଜୁଲାଇ, ଦ୍ୱିତୀୟ ୱାନଡେ ୨୦ ଜୁଲାଇ ଏବଂ ତୃତୀୟ ୱାନଡେ ୨୫ ଜୁଲାଇରେ ଖେଳାଯିବ । ସେହିଭଳି ପ୍ରଥମ ଟି-୨୦ ସିରିଜ ୨୫ ଜୁଲାଇରୁ ଆରମ୍ଭ ହେବ । ଦ୍ୱିତୀୟ ଟି-୨୦ ଜୁଲାଇ ୨୭ ଏବଂ ତୃତୀୟ ମ୍ୟାଚ ୨୯ରେ ହେବ ।

ସୂଚନାଯୋଗ୍ୟ, ଶ୍ରୀଲଙ୍କାର ବ୍ୟାଟିଂ କୋଚ୍ ଏବଂ ଡାଟା ଆନାଲିଷ୍ଟ କରୋନା ପଜିଟିଭ ହେବା ପରେ ଜୁଲାଇ ୧୩ରୁ ଆରମ୍ଭ ହେବାକୁ ଥିବା ଭାରତ-ଶ୍ରୀଲଙ୍କା ସିରିଜର କାର୍ଯ୍ୟସୂଚୀ ପରିବର୍ତ୍ତନ ପାଇଁ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ବିସିସିଆଇକୁ ନିବେଦନ କରିଥିଲା । ଏହାପରେ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଥିଲା ।

Get real time updates directly on you device, subscribe now.