fbpx
BSKY SKY
BSKY SKY

ଚୀନ ତିଆରି କରୁଛି ଶହେରୁ ଅଧିକ ପରମାଣୁ ମିସାଇଲ୍, ସାଟେଲାଇଟ୍ ଇମେଜରୁ ହେଲା ଖୁଲାସା

BSKY

ନୂଆଦିଲ୍ଲୀ: ଭାରତ-ଚୀନ ମଧ୍ୟରେ ଗତବର୍ଷ ଠାରୁ ବିବାଦ ଲାଗି ରହିଛି । ଯାହା ଏଯାବତ୍ ଥମିବାର ନାଁ ଧରୁନି । ବିଭିନ୍ନ ରାଉଣ୍ଡରେ ବୈଠକ ହୋଇଥିଲେ ସୁଦ୍ଧା କୌଣସି ନିଷ୍କର୍ଷ ବାହାରି ପାରୁନି । ଇତି ମଧ୍ୟରେ ଅନେକ ହାତାହାତୀ ପରି ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଛି । ତେବେ ଏବେ ଚୀନ ସମ୍ବନ୍ଧରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଖବରର ଖୁଲାସା ହୋଇଛି । ଚୀନ ନିଜର ପ୍ରତିରକ୍ଷା କ୍ଷେତ୍ରକୁ ଇତି ମଧ୍ୟରେ ଦୃଢ଼ କରିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ଚୀନ ନିଜର ଉତ୍ତର-ପଶ୍ଚିମରେ ଥିବା ମରୂ ଅଞ୍ଚଳରେ ୧୧୯ଟି ନୁଆ ମିସାଇଲ୍ ସାଇଲୋ (Silo) ତିଆରି କରୁଛି ।

ତେବେ ଚୀନ ସମ୍ପର୍କରେ ଏହି ତଥ୍ୟ ସାଟେଲାଇଟ୍ ଇମେଜ୍ ରୁ ସାମନାକୁ ଆସିଛି । ଏବେ ଏହାର ଫଟୋ ଖୁବ୍ ଭାଇରାଲ୍ ହେଉଛି । ଏଥିରେ ସ୍ପଷ୍ଟ ରୂପେ ଦେଖିବାକୁ ମିଳିଛି ଯେ, ଢ଼େର୍ ସାରା ମିସାଇଲ୍ ଠିଆ ହୋଇଛି । ତେବେ ଏହି ସାଇଲୋ (Silo) ହେଉଛି ଏକ ଲମ୍ବା, ଗଭୀର ଓ ସିଲିଣ୍ଡର ଭଳି ଗାତ ହୋଇଥାଏ । ଯାହା ଭିତରେ ଅନ୍ତରମହାଦ୍ୱୀପୀୟ ପରମାଣୁ ତଥା ବାଲିଷ୍ଟିକ୍ ମିସାଇଲ୍ ରଖାଯାଇଥାଏ । ଦରକାର ସମୟରେ ଏହାର ଭିତରୁ ହିଁ ମିସାଇଲ୍ ସବୁକୁ ଲଞ୍ଚ କରାଯାଇଥାଏ ।

ଚୀନର ଅସ୍ତ୍ରଶସ୍ତ୍ର କାର୍ଯ୍ୟକ୍ରମ ମଧ୍ୟରେ ଏହାକୁ ସବୁଠାରୁ ବଡ଼ ଐତିହାସିକ ପଦକ୍ଷେପ ବୋଲି କୁହାଯାଉଛି । ସାଟେଲାଇଟ୍ ଇମେଜ୍ ଆଧାରରେ ବର୍ତ୍ତମାନ ଚୀନ ୧୧୯ଟି ଅନ୍ତରମହାଦ୍ୱୀପୀୟ ପରମାଣୁ ବାଲିଷ୍ଟିକ୍ ମିସାଇଲ୍ ସାଇଲି ତିଆରି କରୁଛି । ଏହି ମିସାଇଲ୍ ଆମେରିକା ପର୍ଯ୍ୟନ୍ତ ଆକ୍ରମଣ କରିବା ପରି କ୍ଷମତା ରଖିଛି ।

ଉତ୍ତର-ପଶ୍ଚିମରେ ଥିବା ମରୂ ଅଞ୍ଚଳରେ ଏହା ତିଆରି କରାଯାଉଥିବା ବେଳେ ପୂର୍ବରୁ ଏଠାରେ କେବଳ ମରୁଭୂମି ହିଁ ଦେଖିବାକୁ ମିଳିଥିଲା । କିନ୍ତୁ ଏହି ଅଞ୍ଚଳ ଏବେ ଅନେକ ବିକଶିତ ହୋଇଯାଇଛି । ସେହିପରି ପରମାଣୁ ମିସାଇଲ୍ ତିଆରି କରିବା ପରେ ଚୀନ ପଞ୍ଚମ ସବୁଠାରୁ ଶକ୍ତିଶାଳୀ ଦେଶ ହୋଇଯାଇଛି ।

Get real time updates directly on you device, subscribe now.