fbpx

ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ଆହତ ୨ ଯବାନ ଏମ୍ସରେ ଭର୍ତ୍ତି

ଭୁବନେଶ୍ୱର: ବୌଦ୍ଧ-କନ୍ଧମାଳ ସୀମା ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଉମା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ କମ୍ବିଂ ବେଳେ ଗୁଳିବିନିମୟ ହୋଇଛି । ୮ ଘଣ୍ଟାରୁ ଅଧିକ ସମୟ ହେଲାଣି ଗୁଳି ବିନିମୟ ଚାଲିଛି । ମାଓବାଦୀଙ୍କ ଗୁଳିରେ ୨ ଯବାନ ଗୁରୁତର ହୋଇଥିବା ସୂଚନା ମିଳିଛି । ଗୁରୁତର ୨ ଯବାନଙ୍କୁ ଏୟାରଲିଫ୍ଟ ଯୋଗେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ।

ତେବେ ଗୁରୁତର ୨ ଆହତ ଯବାନଙ୍କୁ ଏୟାରଲିଫ୍ଟ କରି ଭୁବନେଶ୍ୱର ଆଣିଛନ୍ତି ପୋଲିସ ଡିଜି । କୋରାପୁଟ, ମାଲକାନଗିରି ଗସ୍ତରେ ଥିବା ଡିଜିପି ଏୟାରଲିଫ୍ଟ ଜରିଆରେ ଯବାନଙ୍କୁ ଭୁବନେଶ୍ୱର ଆଣିଛନ୍ତି । ଗସ୍ତ ପରିବର୍ତ୍ତନ କରି ଘଟଣାସ୍ତଳରୁ ଏୟାରଲିଫ୍ଟ କରି ଆଣିଛନ୍ତି ଡିଜିପି । ୨ ଆହତ ଯବାନଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଛି ।

ଅନ୍ୟପଟେ ଆହତ ଯବାନଙ୍କୁ ଧରି ଭୁବନେଶ୍ୱର ପହଞ୍ଚିବା ପରେ ଏୟାରଲିଫ୍ଟ କାର୍ଯ୍ୟରେ ନିୟୋଜିତ ୩ ଜଣଙ୍କୁ ପ୍ରଶଂସା କରିଛନ୍ତି ଡିଜିପି ଅଭୟ । ବିଶେଷଭାବରେ ବିଏସଏଫ ପାଇଲଟ ପଣ୍ଡିତଙ୍କୁ ଡିଜିପି ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ, ‘ପାଦେଲପଡ଼ା ଭଳି ଛୋଟ ସ୍ଥାନରେ ହେଲିକପ୍ଟର ଲ୍ୟାଣ୍ଡ କରାଇଥିଲେ ପାଇଲଟ ।’ ଏହା ସହ ସିଆରପିଏଫ ଯବାନ ଓ କନ୍ଧମାଳର ଡାକ୍ତରଙ୍କୁ ମଧ୍ୟ ଡିଜିପି ପ୍ରଶଂସା କରିଛନ୍ତି ।

Get real time updates directly on you device, subscribe now.