fbpx

ରେଲୱେ କେବୁଲ ଚୋରି କରି ୬ ଗିରଫ

କୋରାପୁଟ: ରେଲୱେ କେବୁଲ ଚୋରି କରିବା ଅଭିଯୋଗରେ ଜୟପୁର ଆରପିଏଫର ଏସଆଇ ଏକେ ମିଶ୍ରଙ୍କ ଦ୍ୱାରା ୬ ଜଣ ଗିରଫ । ସୂଚନା ଅନୁଯାୟୀ, ୧୨ ତାରିଖ ସୋମବାର ବିଳମ୍ବିତ ରାତିରେ ଏହି ଦୁର୍ବୁତ୍ତମାନେ ରେଲୱେ କେବୁଲ ଚୋରି କରି ଏକ ଅଟୋରେ ଲୋଡ୍ କରୁଥିବାବେଳେ ସମୟରେ ପୋଲିସ ତାଙ୍କୁ ଧରିଥିଲା ।

ସେମାନଙ୍କଠାରୁ ୩୨୪ ମିଟର ରେଲୱେ କେବୁଲ ଜବତ କରାଯାଇଥିଲା । ଜବତ କେବୁଲର ଆନୁମାନିକ ମୂଲ୍ୟ ୩୦,୦୦୦ ରହିଥିବାବେଳେ ଅଟୋଟିକୁ ମଧ୍ୟ ଜବତ କରାଯାଇଛି । ଗିରଫ ୬ଜଣକୁ ଏସଡିଜେଏମ କୋର୍ଟରେ ହାଜର କରାଯାଇଛି ।

Get real time updates directly on you device, subscribe now.