fbpx

ବହୁତ ଲୋକ ଜାଣି ନାହାନ୍ତି; କେମିତି ଧୋନି ହେଲେ ବିଶ୍ୱର ଶ୍ରେଷ୍ଠ ଫିନିସର

ରାଞ୍ଚି: ଭାରତୀୟ କ୍ରିକେଟର ସଫଳତମ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ବିଶ୍ୱର ଅନ୍ୟତମ ସଫଳ ଅଧିନାୟକ ଭାବରେ ବିବେଚନା କରାଯାଇଥାଏ । କେବଳ ଅଧିନାୟକତ୍ୱ ନୁହେଁ ନିଜର ଅଦମ୍ୟ ଫିନିଶିଂ ଷ୍ଟାଇଲ ଏବଂ ଆକ୍ରମଣାତ୍ମକ ବ୍ୟାଟିଂ ଧୋନିଙ୍କୁ ଶ୍ରେଷ୍ଠ ଖେଳାଳି ଭାବରେ ପ୍ରତିଷ୍ଠିତ କରିଛି । କ୍ୟାରିୟର ଆରମ୍ଭରୁ ବେପରୁଆ ବ୍ୟାଟିଂ କରୁଥିବା ଧୋନି କିଭଳି ବିଶ୍ୱର ଶ୍ରେଷ୍ଠ ଫିନିଶର ପାଲଟିଲେ ଏହା ପଛର ଏକ ରୋଚକ କାହାଣୀ ବର୍ଣ୍ଣନା କରିଛନ୍ତି ବୀରେନ୍ଦ୍ର ସେହ୍ୱାଗ ।

ସେହ୍ୱାଗ କହିଛନ୍ତି କି ଏକଦା ଜଣେ ବରିଷ୍ଠ ଖେଳାଳିଙ୍କ ରାଗ ହିଁ ଧୋନିଙ୍କୁ ଶ୍ରେଷ୍ଠ ଫିନିଶରରେ ପରିଣତ କରିଥିଲା । ଏହି ଖେଳାଳି ଜଣକ ଆଉ କେହି ନୁହନ୍ତି ବରଂ ରାହୁଲ ଦ୍ରାବିଡ । ଧୋନିଙ୍କ ଫିନିଶିଂ ଦକ୍ଷତାରେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ଦ୍ରାବିଡଙ୍କ ଭୂମିକା ଉଲ୍ଲେଖନୀୟ ବୋଲି ସେହ୍ୱାଗ କହିଛନ୍ତି । ୨୦୦୬ ମସିହାରେ ଭାରତ ପାକିସ୍ତାନ ଗସ୍ତରେ ଯାଇଥିବା ସମୟରେ ଏକ ମ୍ୟାଚରେ ଧୋନି ବେପରୁଆ ଶଟ୍ ଖେଳି ଆଉଟ ହୋଇଥିଲେ । ଏହାପରେ ସର୍ବଦା ଶାନ୍ତ ରହୁଥିବା ଦ୍ରାବିଡ ଧୋନିଙ୍କ ଉପରେ ବର୍ଷିଥିଲେ । ପରବର୍ତ୍ତୀ ମ୍ୟାଚରେ ଧୋନି ଅପେକ୍ଷାକୃତ ରକ୍ଷଣାତ୍ମକ ଖେଳ ପ୍ରଦର୍ଶନ କରିଥିବା କହିଛନ୍ତି ସେହ୍ୱାଗ । ଉଲ୍ଲେଖଯୋଗ୍ୟ ଯେ, ପରେ ଧୋନି ଭାରତର ଶ୍ରେଷ୍ଠ ଫିନିଶର ପାଲଟି ଯାଇଥିଲା । ଧୋନି ଅପରାଜିତ ରହିଥିବା ମ୍ୟାଚରେ ଭାରତ ମାତ୍ର ୨ମ୍ୟାଚକୁ ଛାଡି ସମସ୍ତ ମ୍ୟାଚରେ ବିଜୟୀ ହୋଇଛି ଭାରତ ।

Get real time updates directly on you device, subscribe now.