fbpx

‘ମେମୋରୀ ଅଫ୍ ଦି ୱାର୍ଲ୍ଡ ତାଲିକା’ ରେ ସାମିଲ ହେଲା ‘ରାମଚରିତମାନସ୍’ ଏବଂ ‘ପଞ୍ଚତନ୍ତ୍ର’ର ପାଣ୍ଡୁଲିପି

Advertisement

ନୂଆଦିଲ୍ଲୀ: ଗୋସ୍ୱାମୀ ତୁଳସିଦାସଙ୍କ ଦ୍ୱାରା ଲିଖିତ ‘ରାମଚରିତମାନସ’ର ପାଣ୍ଡୁଲିପି’ ମେମୋରୀ ଅଫ୍ ୱାର୍ଲ୍ଡ ତାଲିକା’ରେ ସାମିଲ କରାଯାଇଛି । ‘ରାମଚରିତମାନସ୍’ ସମେତ ମୋଟ ତିନୋଟି ପାଣ୍ଡୁଲିପି ବିଶ୍ୱ ତାଲିକାରେ ସ୍ଥାନ ପାଇଛି ।

 

ମେମୋରି ଅଫ୍ ୱାର୍ଲ୍ଡ କମିଟି ଫର ଏସିଆ ଏବଂ ପାସିଫିକ୍ (ଏମଓଡବ୍ଲୁସିଏପି) ର ଦଶମ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି  । ଏହି ବୈଠକରେ ୟୁନେସ୍କୋର ‘ମେମୋରୀ ଅଫ୍ ୱାର୍ଲ୍ଡ ଏସିଆ-ପାସିଫିକ୍ ଆଞ୍ଚଳିକ ରେଜିଷ୍ଟର’ରେ ଭାରତରୁ ତିନୋଟି ନାମାଙ୍କନପତ୍ର ଅନ୍ତର୍ଭୁକ୍ତ କରାଯାଇଛି ।

ମୋଙ୍ଗୋଲିଆର ରାଜଧାନୀ ଉଲାନବଟାରରେ ଅନୁଷ୍ଠିତ ଏମଓଡବ୍ଲୁସିଏପି ବୈଠକରେ ମିଳିତ ଜାତିସଂଘର ୩୮ ପ୍ରତିନିଧି ଏବଂ ୪୦ ପର୍ଯ୍ୟବେକ୍ଷକ ଅଂଶଗ୍ରହଣ କରିଥିଲେ  । ଏହି ବୈଠକରେ ଇନ୍ଦିରା ଗାନ୍ଧୀ ଜାତୀୟ କଳା ବିଭାଗର ଡିନ୍ – ଆଇଜିଏନ୍ସିଏ ଏବଂ କଳା ପାଣ୍ଠି ବିଭାଗର ମୁଖ୍ୟ ପ୍ରଫେସର ରମେଶ ଚନ୍ଦ୍ର ଗୌଡ ଭାରତ ପକ୍ଷରୁ ତିନୋଟି ଏଣ୍ଟ୍ରି ଉପସ୍ଥାପନ କରିଥିଲେ । ଏଥିରେ ସହୃଦୟୟଲୋକ-ଲୋଚନଙ୍କ ପାଣ୍ଡୁଲିପି (ଭାରତୀୟ କାବ୍ୟଶାସ୍ତ୍ରର ଏକ ଗୁରୁତ୍ୱପୂର୍ଣ୍ଣ ପାଠ), ପଞ୍ଚତନ୍ତ୍ରର ପାଣ୍ଡୁଲିପି ଏବଂ ତୁଳସିଦାସଙ୍କ ରାମଚରିତମାନସର ଚିତ୍ରିତ ପାଣ୍ଡୁଲିପି ଅନ୍ତର୍ଭୁକ୍ତ ଥିଲା ।

Get real time updates directly on you device, subscribe now.