fbpx

ଡେଲ୍ଟାରୁ ସୁରକ୍ଷା ଦେବ ଆଷ୍ଟ୍ରାଜେନିକା କକଟେଲ୍: ଏହି ରାଷ୍ଟ୍ର ଆରମ୍ଭ କଲା ପ୍ରୟୋଗ

ଥାଇଲାଣ୍ଡରରେ ସିନୋଭାକ ଟିକାର ପ୍ରଥମ ଡୋଜ ନେଇଥିବା ବ୍ୟକ୍ତିଙ୍କୁ ମିଳିବ ଆଷ୍ଟ୍ରାଜେନିକାର ଟିକାର ଦ୍ୱିତୀୟ ଡୋଜ । ଏହି ମିଶ୍ରଣ ଡେଲ୍ଟା ଭାରିଆଣ୍ଟ ବିରୋଧରେ ସୁରକ୍ଷା ଦେବା ସହ ଶରୀରରେ ଉଚ୍ଚ ରୋଗପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଅନୁଟିନ୍ ଚାର୍ନଭିରାକୁଲ୍ । ତେବେ ଯଦି ଏହା ଲାଗୁ ହୁଏ ତେବେ ଏହା ସର୍ବପ୍ରଥମ ଭାକ୍ସିନର ମିଶ୍ରଣ ହେବ ।

ଥାଇଲାଣ୍ଡ ଏବଂ ଏହାର ପଡୋଶୀ ରାଷ୍ଟ୍ର ଇଣ୍ଡୋନେସିଆରେ ସିନୋଭାକ ଟିକା ନେବା ପରେ ମଧ୍ୟ ମେଡିକାଲ ଏବଂ ସମ୍ମୁଖ ଯୋଦ୍ଧା କୋଭିଡରେ ଆକ୍ରାନଙ୍କ ସଂଖ୍ୟା ବଢ଼ୁଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି । ଥାଇଲାଣ୍ଡରେ ସ୍ୱାସ୍ଥ୍ୟକର୍ମୀ ଏବଂ ସମ୍ମୁଖ ଯୋଦ୍ଧାଙ୍କୁ ସିନୋଭାକ ଟିକା ଉଭୟ ଡୋଜ ଦିଆଯିବା ପରେ ମଧ୍ୟ କୋଭିଡରେ ଆକ୍ରାନ୍ତ ହେଉଛନ୍ତି ।

ତେବେ ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ଥାଇଲାଣ୍ଡର ସ୍ୱାସ୍ଥ୍ୟମନ୍ତ୍ରୀ କହିଥିଲେ ଯେ ଏପ୍ରିଲରୁ ଜୁଲାଇ ମଧ୍ୟରେ ୬୭୭,୩୪୮ ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରୁ ୬୧୮ ଜଣ ସିନୋଭାକ କୋଭିଡ ଟିକାର ଉଭୟ ଡୋଜ ନେବା ପରେ ମଧ୍ୟ ଆକ୍ରାନ୍ତ ହୋଇଥିଲେ । ଏଥି ସହିତ ଜଣେ ନର୍ସଙ୍କର ମୃତ୍ୟୁ ମଧ୍ୟ ହୋଇଛି । ଏହା ସହ ସ୍ୱାସ୍ଥ୍ୟକର୍ମୀ ଏବଂ ସମ୍ମୁଖ ଯୋଦ୍ଧାଙ୍କୁ ଏମଆରଏନଏର ବୁଷ୍ଟର ଡୋଜ ଦେବାକୁ ମଧ୍ୟ ଯୋଜନା କରୁଛି । ସୋମବାର ଥାଇଲାଣ୍ଡରେ ୮,୬୫୬ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୮୦ ଜଣକର ମୃତ୍ୟୁ ହୋଇଛି । ତେବେ ଭାଇରସକୁ ରୋକିବା ପାଇଁ ଥାଇଲାଣ୍ଡରେ ୨ ସପ୍ତାହ ପାଇଁ କଡ଼ା ନିୟମ ଲଗାଯାଇଛି । ୫ ଜଣରୁ ଅଧିକ ଏକାଠି ପାଇଁ ବାରଣ କରାଯାଇଛି । ଫ୍ଲାଇଟ ଏବଂ ବସ ଚଳାଚଳକୁ ସ୍ଥଗିତ ରଖାଯାଇଛି । ଏହା ସହିତ ଏଣିକି ଆଷ୍ଟ୍ରାଜେନେକା କକଟେଲ୍ ମଧ୍ୟ ପ୍ରଦାନ କରାଯିବ ବୋଲି ଜଣାପଡିଛି ।

Get real time updates directly on you device, subscribe now.