fbpx

ହୁସିଆର; ହିନ୍ଦୁ ଅଞ୍ଚଳରେ ଗୋ ମାଂସ ବିକିଲେ ଅବସ୍ଥା ସିଭିଅର ହେବ

ଗୌହାଟି: ହିନ୍ଦୁ ଅଞ୍ଚଳରେ ଗୋମାଂସ ବେପାର ହୋଇ ପାରିବ ନାହିଁ ବୋଲି ନିୟମ ଆଣିଛନ୍ତି ଆସାମ ସରକାର । ସୋମବାର ଆସାମ ସରକାରଙ୍କ ପକ୍ଷରୁ ଏହାର ପଶୁ ସୁରକ୍ଷା ଆଇନକୁ ପରିବର୍ତ୍ତନ କରାଯାଇଛି । ପୂର୍ବରୁ ଲାଗୁ କରାଯାଉଥିବା ଆସାମ ଗୋ ସୁରକ୍ଷା ଆଇନ-୧୯୫୦ ବଦଳରେ ନୂତନ ଭାବରେ ଲାଗୁ କରାଯାଇଥିବା ଗୋ ସୁରକ୍ଷା ଆଇନ-୨୦୨୧ ଲାଗୁ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ।

ଏହି ନୂତନ ନିୟମ ଅନୁଯାୟୀ ଏଣିକି ଗୋ ମାଂସ ବିକ୍ରି କରିବା ପାଇଁ ସରକାରୀ ଲାଇସେନ୍ସ, ଫିଟନେସ, ନିର୍ଦ୍ଧାରିତ ସ୍ଥାନରେ ବିକ୍ରି ଏବଂ ଅନ୍ୟ ଧର୍ମାବଲମ୍ବୀଙ୍କ ବାସସ୍ଥଳୀ ନିକଟରେ ଏହା ବିକ୍ରି କରାଯାଇପାରିବ ନାହିଁ । ଏଣିକି କଂସେଇ ଖାନା ପାଇଁ ସରକାରଙ୍କ ନିକଟରୁ ଲାଇସେନ୍ସ ଆଣିବାକୁ ପଡିବ । ୧୪ ବର୍ଷରୁ ଅଧିକ ବୟସ୍କ ଗାଇ ମାନଙ୍କୁ ହତ୍ୟା କରାଯାଇପାରିବ । ଜଣେ ସରକାରୀ ପଶୁ ଡାକ୍ତର ଏହି ବ୍ୟବସ୍ଥା ପ୍ରତି ଦୃଷ୍ଟି ଦେବେ । ତେବେ ଧର୍ମ ସହିତ ଜଡିତ ଉତ୍ସବରେ ଗୋହତ୍ୟା କରାଯାଇପାରିବ ବୋଲି ଆସାମ ସରକାର କହିଛନ୍ତି ।

କେବଳ ନିର୍ଦ୍ଦିଷ୍ଟ ସ୍ଥାନରେ ଗୋମାଂସ ବିକ୍ରି କରାଯାଇପାରିବ । ହିନ୍ଦୁ, ଜୈନ ,ଶିଖ ଓ ଅନ୍ୟାନ୍ୟ ଧର୍ମର ଲୋକ ଯେଉଁମାନେ ଗୋ ମାଂସ ସେବନ କରନ୍ତି ନାହିଁ ସେମାନଙ୍କ ଜନବସତି ଠାରୁ ଏହାକୁ ଦୂରରେ ରଖାଯିବ । ମନ୍ଦିର, ସତାରା ତଥା କୌଣସି ଧାର୍ମିକ ସ୍ଥଳରୁ ୫ କିମି ବ୍ୟାସାର୍ଦ୍ଧ ମଧ୍ୟରେ କଂସେଇଖାନା ସ୍ଥାପନ କରାଯିବ ନାହିଁ । ବିନା ଅନୁମତିରେ ରାଜ୍ୟ ବାହାରକୁ କିମ୍ବା ରାଜ୍ୟ ମଧ୍ୟକୁ ଗୋ ଚାଲାଣ କରାଯାଇପାରିବ ନାହିଁ । ଏହି ନିୟମ ଉଲ୍ଲଂଘନ କଲେ ୮ ବର୍ଷ ଜେଲ ଦଣ୍ଡ କିମ୍ବା ୫ ଲକ୍ଷ ଫାଇନ ହେବ ବୋଲି ଆଇନରେ ଉଲ୍ଲେଖ କରାଯାଇଛି ।

Get real time updates directly on you device, subscribe now.