fbpx

ବାରମ୍ବାର ପାଟିର ସ୍ୱାଦ ପିତା ଲାଗୁଥିଲେ ସାବଧାନ! ହେଇପାରେ ଏହି ଗମ୍ଭୀର ରୋଗର ଲକ୍ଷଣ, ତୁରନ୍ତ କରାନ୍ତୁ ପରୀକ୍ଷା

Advertisement

ଓଡ଼ିଶା ଭାସ୍କର: ଋତୁଚକ୍ର ପରିବର୍ତ୍ତନ ହେଲେ ଶରୀରକୁ ବିଭିନ୍ନ ସଂକ୍ରମଣ ବ୍ୟାପିଥାଏ । ବେଳେ ବେଳେ ଏହା ଜ୍ୱର, ଛିଙ୍କ, କାଶ, ଡାଇରିଆ ଭଳି ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ । ଏମିତିରେ ଔଷଧ ସେବନ କରିବା ଯୋଗୁଁ ପାଟିର ସ୍ୱାଦ ବିଗିଡ଼ିଯାଇଥାଏ । ଅଧିକାଂଶ ସମୟରେ ପାଟିର ସ୍ୱାଦ ଏସିଡିଟି, ପେଟରେ ଫଙ୍ଗାଲ ସଂକ୍ରମଣ କିମ୍ବା ଅନ୍ୟ କାରଣରୁ ପିତା ଲାଗିଥାଏ । ଏହା ସାଧାରଣ କଥା ପରି ମନେ ହେଉଥିଲେ ମଧ୍ୟ ଅଣଦେଖା କରନ୍ତୁ ନାହିଁ । ଏହା ଗମ୍ଭୀର ରୋଗର ଲକ୍ଷଣ ମଧ୍ୟ ହୋଇପାରେ ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଅନେକ ଦିନ ପର୍ଯ୍ୟନ୍ତ ପାଟିରେ ପିତା ସ୍ୱାଦ ‘ହେପାଟାଇଟିସ୍ –ବି’ର ପ୍ରାରମ୍ଭିକ ଲକ୍ଷଣ ହୋଇପାରେ । ଏହି ରୋଗରେ ଯକୃତ ସଂକ୍ରମିତ ହେବା ସହ ଫୁଲିବା ଭଳି ସମସ୍ୟା ଦେଖାଦେଇଥାଏ । ଫଳରେ ଯକୃତର କାର୍ଯ୍ୟକ୍ଷମତାକୁ ପ୍ରଭାବିତ କରିଥାଏ । ଠିକ୍ ସମୟରେ ଏହାର ଲକ୍ଷଣକୁ ଚିହ୍ନଟ କରି ଚିକିତ୍ସା ନକରିଲେ ଯକୃତର କୋଷିକା ଧିରେ ଧିରେ ନଷ୍ଟ ହୋଇଥାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ଅନୁଯାୟୀ ୨୦୦୨ ପରଠାରୁ ଚୀନ ପରେ ଭାରତ ‘ହେପାଟାଇଟିସ୍ ବି’ ମାମଲାରେ ୨ୟ ନମ୍ବରରେ ରହିଛି । ଏହା ବ୍ୟତୀତ ‘ହେପାଟାଇଟିସ୍ ବି’ର ଅନ୍ୟ ଲକ୍ଷଣ ଗୁଡ଼ିକ ହେଲା

– ଅକାରଣ ଥକ୍କାପଣ ଅନୁଭବ ହେବା
– ଭୋକ କମିଯିବା
– ବାନ୍ତି ଦେଖାଇବା
– ପେଟ ଯନ୍ତ୍ରଣା
– ମୁଣ୍ଡ ବିନ୍ଧା
– କାମଳ ଆଖି

କେଉଁ ସବୁ କାରଣ ପାଇଁ ଶରୀରରେ ଦେଖାଦେଇଥାଏ ‘ହେପାଟାଇଟିସ୍ ବି’ର ଲକ୍ଷଣ

ହେପାଟାଇଟିସ୍ ବି ଏକ ଭାଇରାଲ ସଂକ୍ରମଣ ଯାହା ଗୋଟିଏ ବ୍ୟକ୍ତି ଠାରୁ ଅନ୍ୟକୁ ବ୍ୟାପିଥାଏ । ତେବେ ରକ୍ତ ପରୀକ୍ଷା ମଧ୍ୟମରେ ଶରୀରରେ ହେପାଟାଇଟିସ୍ ବି ସଂକ୍ରମଣ ଥିବା ଚିହ୍ନଟ କରିପାରିବା । ‘ହେପାଟାଇଟିସ୍ ବି’ରୁ ବର୍ତ୍ତିବା ପାଇଁ ଭ୍ୟାକସିନ୍ ଏକ ମାତ୍ର ପ୍ରଭାବଶାଳୀ ଅଟେ । ଏହା ଦ୍ୱାରା ଶରୀରରେ ଏହି ସଂକ୍ରମଣର ବୃଦ୍ଧିକୁ ରୋକାଯାଇ ପାରିବ ।

– ଦୂଷିତ ଭୋଜନ ଏବଂ ଜଳର ସେବନ
– ସଂକ୍ରମିତ ବ୍ୟକ୍ତିର ରକ୍ତ ସମ୍ପର୍କରେ ଆସିଲେ
– ଅସୁରକ୍ଷିତ ଯୌନ ସମ୍ପର୍କ
– ସଂକ୍ରମିତ ଛୁଞ୍ଚି(ଟାଟୁ କରିବା ଇତ୍ୟାଦି)
– ସଂକ୍ରମିତ ଗର୍ଭବତୀ ମାଆ ଠାରୁ ଶିଶୁକୁ

 

Get real time updates directly on you device, subscribe now.